Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ପିଲାଚୋର:ଆଶାକର୍ମୀ ବେଶରେ ଆସି ମା କୋଳରୁ ଚୋରାଇନେଲା ଛୁଆକୁ,ହସ୍ପିଟାଲରେ ଭଙ୍ଗାରୁଜା

6/03/2019 at 6:34 PM

ବଲାଙ୍ଗୀର ୬/୩: ପାଟଣାଗଡ ହସ୍ପିଟାଲରୁ ଜବଜାତ ଶିଶୁ ପୁତ୍ରକୁ ଚୋରି ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ଜଣେ ଅଜଣା ମହିଳା ନିଜକୁ ସମ୍ପର୍କିୟ କହି ଶିଶୁ ପୂତ୍ରକୁ ଧରି ଫେରାର ମାରିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ଶିଶୁ ପୁତ୍ରକୁ ଫେରାଇ ଆଣିବା ଦାବିରେ ପାଟଣାଗଡ ହସ୍ପିଟାଲ ମୂଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ସେପଟେ ଘଟଣାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମେଡିକାଲ କତୃପକ୍ଷ ପରିବାରର ଅବହେଳା ପାଇଁ ଶିଶୁ ପୁତ୍ର ହଜିଥିବା କହି ନିଜ ମୁଣ୍ଡରୁ ଦାଇତ୍ବ ଖସାଇଛନ୍ତି। ସେପଟେ ଘଟଣାକୁ ନେଇ ପାଟଣାଗଡ ହସ୍ପିଟାଲରେ ଉତ୍ତେଜନା ଲାଗିରହିଛି।

ପାଟଣାଗଡ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ଚୋରି ହୋଇଛି । ପାଟଣାଗଡ ଡାକ୍ତରଖାନା ଶିଶୁ ବିଭାଗର ବେଡ ନମ୍ବର ୬୭। ଗତ ୩ ତାରିଖ ଦିନ ପାଟଣାଗଡ ଘସିଏନ ଗାଁର ରୁଦ୍ର ତାଣ୍ଡିଙ୍କ ସ୍ତ୍ରୀ ଜୟନ୍ତି ତାଣ୍ଡି ପ୍ରସବ ବେଦନା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜୟନ୍ତିଙ୍କ ଅସ୍ତ୍ରୋପ୍ରଚାର କରି ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେବେଠାରୁ ସେ ଡାକ୍ତରଖାନାରେ ରହିଆସିଥିଲେ। ତେବେ ଆଜି ମଧ୍ୟାହ୍ନରେ ଜଣେ ଅଜଣା ମହିଳା ଡାକ୍ତରଖାନାକୁ ଆସି ଜୟନ୍ତିଙ୍କ ସହ କଥାବାର୍ତ୍ତା ହେବା ସହ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଏପରିକି ନିଜକୁ ତାଙ୍କ ସମ୍ପର୍କିୟ ବୋଲି କହି ଶିଶୁ ପୁତ୍ରଟିକୁ ଧରିବାକୁ ଇଚ୍ଛାକରି ୧୦୦ ଟଙ୍କା ମୁହଁ ଦେଖା ଦେଇଥିଲେ। ଏହା ପରେ ଶିଶୁ ପୁତ୍ରଟିକୁ ଖେଳାଇବା ବାହାନା କରି ମେଡିକାଲ ବାହାରକୁ ଦଉଡି ଦଉଡି ପଳାଇଥିଲେ ଅଚିହ୍ନା ମହିଳା ଜଣକ। ତେବେ ଜୟନ୍ତି ମଧ୍ୟ ଅଚିହ୍ନା ମହିଳାର ପଛେ ପଛେ ଦଉଡି ଥିଲେ ଓ ଏକ ମୋଟର ସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ମହିଳା ଶିଶୁ ପୁତ୍ରକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିଛି ବୁଝିବା ଆଗରୁ ଆଖି ସାମ୍ନାରେ ଜୟନ୍ତିଙ୍କ ନବଜାତ ଶିଶୁ ପୁତ୍ରକୁ ଚୋରାଇ ନେବାରେ ସଫଳ ହୋଇଥିଲେ । ତେବେ ଏ ଅଚିହ୍ନା ମହିଳା ଜଣକ କିଏ ? କାହିଁକି ଜୟନ୍ତିଙ୍କ ଶିଶୁ ପୁତ୍ରକୁ ହିଁ ଟାର୍ଗେଟ କରିଥିଲେ ଅଚିହ୍ନା ମହିଳା ଜଣକ? ନାଁ ପିଲା ଚୋରି ରାକେଟରେ ଫସିଛନ୍ତି ଜୟନ୍ତିଙ୍କ ପରିବାର ? ଏଭଳି ଅନେକ ପ୍ରଶ୍ନରେ ଭାଙ୍ଗି ପଡିଛନ୍ତି ପୁରା ପରିବାର ।

ସେପଟେ ଘଟଣାକୁ ନେଇ ପୋଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ମେଡିକାଲ ପରିସରରେ ସିସିଟିଭି ଫୁଟେଜ ରହିଥିଲେ ମଧ୍ୟ ସେଗୁଡିକ କାମ କରୁନଥିବାରୁ ପୋଲିସ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ପାଟଣାଗଡ ଓ ବେଲପଡାର ମିଳିତ ଉଦ୍ୟମରେ ପୋଲିସ ଏକ ସ୍କ୍ବାର୍ଡ ଗଠନ କରି ବାଇକରେ ଫେରାର ମାରିଥିବା ଅଚିହ୍ନା ମହିଳା ଓ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି କରିଛି ପୋଲିସ। ଏପରିକି ଘଟଣାକୁ ନେଇ ସ୍ଥାନୀୟ ଲୋକ ପାଟଣାଗଡ ମେଡିକାଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ମେଡିକାଲ ସାମ୍ନାର ମୁଖ୍ୟ ରାସ୍ତା ଅବରୋଧ କରି ନବଜନ୍ମିତ ଛୁଆକୁ ଫେରାଇ ଆଣିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି।

   Related Posts