କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆ ବିକ୍ରି

Published By : Prameya-News7 Bureau | August 23, 2018 IST

କେନ୍ଦୁଝର ୨୩/୮: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆ ବିକ୍ରି ର୍ୟାକେଟ ସକ୍ରିୟ ରୂପ ଧାରଣ କରିଛି । ଆଉ ଏହାର ସୂତ୍ରଧାର ସାଜିଛନ୍ତି ଚିକିତ୍ସାଳୟର ନର୍ସ ଦିଦିମାନେ । ଏପରି ଏକ ଘଟଣା ସାମନାକୁ ଆସିଛି ଯେତେବେଳେ ଜଣେ ନିରାଶ୍ରୟ ଗରିବ ଅଶିକ୍ଷିତ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ମହିଳାଙ୍କ କୋଳରୁ ୨ଦିନ ଶିଶୁପୁତ୍ରକୁ ଟଙ୍କା ହଜାରେ ଓ ଏକ ନୂଆ ଶାଢୀ ଦେଇ ଛଡେଇ ନେଇଯାଇଛନ୍ତି । କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୁପ୍ତଗଙ୍ଗା ଗ୍ରାମର ଜଣେ ଗରିବ ନିରୀହ ଜୁଆଙ୍ଗ ମହିଳାଙ୍କର ଗତ ୨ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ମହିଳାଙ୍କର ଗରିବୀର ଫାଇଦା ଉଠାଇ ଏହାର ୨ଦିନ ପରେ ଜଣେ ନର୍ସଦିଦି ମା ଓ ଛୁଆକୁ ଜୋରଜବରଦସ୍ତ ଏକ ଟ୍ରକରେ ଉଠାଇ ନେଇ ପୁରୁଣା ବଜାରସ୍ଥିତ ମାଗୁ ସାହିର ଧନୁ ନାଏକଙ୍କୁ ୧ ହଜାର ଟଙ୍କା ଓ ଶାଢୀ ଦେଇ ନବ ଜନ୍ମିତ ଶିଶୁପୁତ୍ରକୁ ମା କୋଳରୁ ଛଡାଇ ନେଇଥିବା ଭଳି ଏକ ହୃଦୟବିଦାରକ ଅଭିଯୋଗ ଆଣିଛନ୍ତି ଖୋଦ ସେହି ଜୁଆଙ୍ଗ ମହିଳା । ଏ ଘଟଣା ପ୍ରଘଟ ହେଲାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ୨ଦିନର ଶିଶୁଟିକୁ ଉଦ୍ଧାର କରି ଆଣି ଜିଲ୍ଲା ଚିକିତ୍ସାଳୟ ଏସ.ନ.ସିୟୁରେ ଭର୍ତି କରିବା ସହ ମା କୁ ଡାକି ଶିଶୁଟିକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଶିଶୁଟିକୁ ରଖିଥିବା ମହିଳାଙ୍କର କହିବା କଥା ଶିଶୁର ପ୍ରକୃତ ମା ଶିଶୁଟିକୁ ପାଖରେ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ନର୍ସ ଏପରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.