୧୯ ଦିନର ଶିଶୁ, ଦାମ୍ ୧୦ ହଜାର ଟଙ୍କା ! ଆଶା କର୍ମୀ ଓ ଜଣେ ମହିଳା ଅଟକ, ବାପା-ମା' ମଧ୍ୟ ସ୍କାନରରେ

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର ୨୭।୨: ରାଜଧାନୀରେ ଦାରିଦ୍ର୍ୟର କରୁଣ ଚିତ୍ର । ଅର୍ଥ ପାଇଁ ୧୯ଦିନର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁପୁତ୍ରକୁ ମାତ୍ର ୧୦ହଜାର ଟଙ୍କାରେ ଜନ୍ମକଲା ମା’ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର ସ୍ଥିତ ଭରତପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଭରତପୁର ଅଞ୍ଚଳରେ ରହୁଥିବା ଏକ ଦମ୍ପତ୍ତି ମାତ୍ର ୧୦ହଜାର ଟଙ୍କା ପାଇଁ ୧୯ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି । ବିକ୍ରି କରାଯାଇଥିବା ଶିଶୁକୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ । ଶିଶୁକୁ ବିକ୍ରି ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଶା କର୍ମୀ ଏବଂ ଜଣେ ମହିଳାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଶିଶୁପୁତ୍ରଟିର ବାପା ଏବଂ ମା’କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

ରାଜ୍ୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଶିଶୁ ବିକ୍ରିର ଖବରମାନ ଆସୁଛି । ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଶିଶୁମାନଙ୍କର ବିକ୍ରିକୁ ରୋକିବାରେ ଫେଲ୍ ମାରୁଛନ୍ତି । ବିଭିନ୍ନ ସମୟରେ ମାତ୍ର କିଛି ଟଙ୍କା ପାଇଁ ଶିଶୁମାନଙ୍କୁ ବିକ୍ରି କରିଦେଉଛନ୍ତି ଜନ୍ମକଲା ବାପା-ମା’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.