Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଶିଶୁ ବିକ୍ରି ଖବରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି

19/01/2020 at 10:04 PM

ମାଲକାନଗିରି ୧୯।୦୧ – ଶିଶୁ ବିକ୍ରି ଖବରକୁ ନେଇ ପୁଣି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଚର୍ଚ୍ଚାକୁ ଆସିଛି । ୧୭ ଦିନର ଛୁଆକୁ ବିକ୍ରି ପାଇଁ ଉଦ୍ୟମ ବେଳେ ଉଦ୍ଧାର କରିଥିଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି । ପ୍ରଶ୍ନ ହେଉଛି ଆଦିବାସୀ ଅଞ୍ଚଳର ବିକାଶ ପାଇଁ ହେଉଥିବା ଯୋଜନା କ’ଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି ? ମୌଳିକ ସୁବିଧାରୁ ଏମାନେ କ’ଣ ଏବେବି ବଞ୍ଚିତ ?  କାହିଁକି ମାଙ୍ଗତୁ ଚାଲାଣ ଜନ୍ମକଲା ସନ୍ତାନକୁ ବିକ୍ରି କରିବାକୁ ସହର ଯାଇଥିଲା, ତାହା ଜାଣିବାକୁ ଆମେ ଯାଇଥିଲୁ ମାଙ୍ଗତୁର ଘରକୁ।

ଗୋଟିଏ ଥାଳିରେ କାଉଲ ବାଉଲ ହୋଇ ଶୁଖିଲା ଭାତ ଖାଉଛନ୍ତି ୬ ଜଣ ପିଲା । ଏ ଚିତ୍ରକୁ ଦେଖନ୍ତୁ । ଏଠି ଫୁଙ୍ଗୁଳା ଦେହରେ ରାହା ଧରି କାନ୍ଦୁଛି ଶିଶୁଟି । ଆଖିର ଲୁହ ନାକର ଶିଙ୍ଗାଣୀ ଏକ ହୋଇ ଗାଲରେ ବହିଯାଉଛି। ଏକକାର ମଣିଷ-ଘଷୁରୀ ଆଉ କୁକୁର । ଏ ଚିତ୍ର ହେଉଛି ବଣ୍ଡାଘାଟିର । ଖୈରପୁଟ ବ୍ଲକ କାତାମଗୁଡା ଗାଁର ବଣ୍ଡା ଯୁବକ ମାଙ୍ଗତୁ ଚାଲାଣଙ୍କର ୬ ସନ୍ତାନ । ଇଏ ସେଇ ମାଙ୍ଗତୁ ଯିଏ ଦୁଇ ଦିନ ତଳେ ୧୭ ଦିନର ଶିଶୁ କନ୍ୟାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଶିଶୁ ମଙ୍ଗଳ ସମିତି ଅଧିକାରୀ ଉଦ୍ଧାର କରିଥିଲେ। । ସପ୍ତମ ସନ୍ତାନକୁ ଜନ୍ମ ଦେଇ ମାଆ ଆରପାରିକୁ ଚାଲିଗଲେ। ତେଣୁ ସେହି ସପ୍ତମ ସନ୍ତାନ ଝିଅଟିକୁ ବିକ୍ରି କରିବାକୁ ଚାହୁଁଥିଲା ମାଙ୍ଗତୁ।  ମାଙ୍ଗତୁଙ୍କ ବୃଦ୍ଧ ବାପା ଆମ କ୍ୟାମେରା ଆଗରେ ବଖାଣିଥିଲେ କୋହଭରା କାହାଣୀ ।

ବଣ୍ଡା ଜନଜାତିଙ୍କ ବିକାଶ ଲାଗି ସରକାରଙ୍କ ଅନେକ ଯୋଜନା । ଶିଶୁ ବିକ୍ରି ଖବର ପାଇବା ପରେ ଆମେ ମାଙ୍ଗତୁର ପ୍ରକୃତ ଅବସ୍ଥା ଦେଖିବାକୁ ଯାଇଥିଲୁ ବଣ୍ଡାଘାଟିର କାତାମଗୁଡା ଗାଁକୁ। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ , ଗର୍ଭବତୀଙ୍କୁ ମିଳେନି ସ୍ବାସ୍ଥ୍ୟାସେବା କି ପୁଷ୍ଟିକର ଖାଦ୍ୟ । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ପାଇଁ ଏମାନଙ୍କୁ ନିଇତି କେତେଯେ ସଂଘର୍ଷ କରିବାକୁ ପଡେ ତାହା ନେଦେଖିଲେ ବିଶ୍ବାସ କରିହେବନି ।

କଥା ହେଉଛି ମାଙ୍ଗତୁର ଘଟଣା ପ୍ରଥମ ନୁହେଁ କିନ୍ତୁ ଏହା ଶେଷ ଘଟଣା ହେଉ। ଆଉ  କେହି ମାଙ୍ଗତୁର ପତ୍ନୀ ସନ୍ତାନ ପ୍ରସବ ବେଳେ ପ୍ରାଣ ନ ହରାଉ କିମ୍ବା ଆଉ କେହି ମାଙ୍ଗତୁ ନିଜ ସନ୍ତାନକୁ ବିକ୍ରି ନ କରୁ।

   Related Posts