Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଗରା ଭିତରେ ଫସିଗଲା ଅଢେଇ ବର୍ଷର ଶିଶୁ, ଦେଢ ଘଣ୍ଟା ପରେ କଟରରେ କାଟି କରାଗଲା ଉଦ୍ଧାର

25/01/2020 at 11:49 AM

ବାଙ୍କୀ ୨୫।୧: ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟା ସମୟରେ ହରେକୃଷ୍ଣ ରାଉତଙ୍କ ଅଢ଼େଇ ବର୍ଷର ଶିଶୁ ପୁତ୍ର ସାଇ କୃପା ରାଉତ ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପସିଯାଇଥିଲା । ଗରା ଭିତରୁ କିନ୍ତୁ ବାହାରକୁ ବାହାରି ପାରିନଥିଲା । ସାହି ପଡିଶା ଲୋକ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରେ ପିଲାଟିର ଅଣ୍ଟା ଫସି ରହିଥିବାରୁ ବାହାର କରିବାରେ ସକ୍ଷମ ହୋଇନଥିଲେ ।

ପରେ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀ କଟର ସାହାଯ୍ୟରେ ଗରାଟିକୁ କାଟି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ପ୍ରାୟ ଦେଢଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି କଟର ସାହାଯ୍ୟରେ କାଟି ପିଲାଟିକୁ ଉଦ୍ଧାର କରାଯାଇଥିଲା । ଶିଶୁଟିର ସ୍ବାସ୍ଥ୍ୟ ଏବେ ଭଲ ରହିଛି ।

   Related Posts