ଜଙ୍ଗଲରେ କାନ୍ଦୁଥିଲା ଶିଶୁ ପୁତ୍ର, ଉଦ୍ଧାର କଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | July 13, 2021 IST

ଦେବଗଡ ୧୩।୭: ଦେବଗଡ ଜିଲ୍ଲା ବାରକୋଟ ଥାନା କାଦୋପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସିନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରେ କିଛି ଯୁବକ ମସିନ୍ତାରୁ କାଦୋପଡା ଆସୁଥିବା ସମୟରେ ଭାଲିଆବୁରୀ ଜଙ୍ଗଲରେ ଶିଶୁଟିର କାନ୍ଦିବାର ଶବ୍ଦ ଶୁଣି ଖୋଜିଥିବା ବେଳେ ଶିଶୁଟି ଜଙ୍ଗଲ ମଧ୍ୟରେ ଏକୁଟିଆ ପଡିଥିବା ଅବସ୍ଥାରେ ଦେଖିଥିଲେ।  ଶିଶୁଟିକୁ ସେଠାରୁ ଉଦ୍ଧାର କରି ଗ୍ରାମକୁ ଆଣି ଗ୍ରାମରେ ଥିବା ଫାର୍ମାସିଷ୍ଟଙ୍କ ପାଖରେ ଚିକିତ୍ସା କରାଯାଇଥିଲା ।  ପରେ ମସିନ୍ତା ଗ୍ରାମର ବିର୍ଶା ତୁରୀ ଶିଶୁ ପୁତ୍ରକୁ ନିଜ ଘରେ ରଖିଥିଲେ । 

ଏ ସମ୍ପର୍କରେ ସୂଚନା ପାଇ ମଙ୍ଗଳବାର ବାରକୋଟ ଥାନା ପୋଲିସ ଓ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିର୍ଶାଙ୍କ ଘରୁ ଶିଶୁକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି । ଶିଶୁଟି କାହାର ଓ କିଏ ଏବଂ କଣ ପାଇଁ ତାକୁ ଜଙ୍ଗଲରେ ଛାଡ଼ି ଚାଲିଗଲା ସେ ନେଇ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.