ବିକ୍ରି ହୋଇଥିବା ଶିଶୁ ଉଦ୍ଧାର, ଅଭାବରୁ ପୁଅକୁ ଅନ୍ୟ ହାତରେ ଟେକି ଦେଇ ବାପା କରିଥିଲେ ଆତ୍ମହତ୍ୟା
14/01/2021 at 12:23 PM

ମାଥିଲି ୧୪।୧: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ସପ୍ତଧାରାରେ ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା କମିଟି କୁଡୁମୁଲୁଗୁମ୍ମାରୁ ଉଦ୍ଧାର କରାଯାଇଛି । କିଛିଦିନ ପୂର୍ବେ ସପ୍ତଧାରାର ସୋମନାଥ ଖିଲ ଅଭାବ ଅନଟନ ଯୋଗୁଁ ନିଜର ପଞ୍ଚମ ସନ୍ତାନକୁ ଅନ୍ୟ ହାତରେ ଟେକିଦେବା ସହ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ପ୍ରଶାସନ ତରଫରୁ ଅନ୍ୟ ୪ ସନ୍ତାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପଞ୍ଚମ ସନ୍ତାନର ପତ୍ତା ମିଳିନଥିଲା ।
ତେବେ ଶିଶୁ ବିକ୍ରି ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସିଡବ୍ଲୁସି ପ୍ରଶାସନର ସହାୟତାରେ କୁଡୁମୁଲୁଗୁମ୍ମାରୁ ଉଦ୍ଧାର କରିଛି । ଏହାସହ ଓରକେଲ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ଶିଶୁଟିକୁ କେଉଁଠି ଛଡାଯିବ ତାହା ସ୍ଥିର କରାଯିବ ବୋଲି ସିଡବ୍ଲୁସି ତରଫରୁ ସୂଚନା ମିଳିଛି ।