ଜଙ୍ଗଲରେ ଶିଶୁ ପୁତ୍ରକୁ ଛାଡି ମାଆ ଫେରାର ! ଉଦ୍ଧାର କଲେ ସ୍ଥାନୀୟଲୋକ

Published By : Prameya-News7 Bureau | December 20, 2020 IST

ମୋରଡା ୨୦।୧୨ : ପୁଣି ସାମ୍ନାକୁ ଆସିଛି ଏକ ଲଜ୍ୟାଜନକ ତଥା ଅଭାବନୀୟ ଘଟଣା। ହାଡ଼ଥର ଶୀତ ସତ୍ତ୍ୱେ ଫିଙ୍ଗିଦେଲେ ସଦ୍ୟଜାତ ଶିଶୁପୁତ୍ରକୁ।  ବଦନାମ ସାଙ୍ଗକୁ ଉପହାସିତ ହେଉଛି ମାତୁତ୍ବ। ତେବେ କେଉଁ ଅବସ୍ଥାରେ ଏବଂ କାହିଁକି ଜଣେ ମାଆ ମାତୃତ୍ୱକୁ ପଛରେ ପକାଇ ନିଜ ଜନ୍ମିତ ଶିଶୁପୁତ୍ରକୁ କୋଳ ଛଡା କରି ଫିଙ୍ଗିଦେବା ପାଇଁ ସମ୍ମତି ଦେଲେ ତାହା ଠିକ୍‌। ଏହା ପଛରେ ପାରିବାରିକ ଚାପ ନା ସାମାଜିକ ଲଜ୍ୟା ଭୟ । ତେବେ ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ।

ମୋରଡ଼ା ଷ୍ଟାଡିୟମ ପଛରେ ଥିବା ଲଟାବୁଦିଆ ଜଙ୍ଗଲର ଏକ ବାଉଁଶ ବୁଦା ନିକରରୁ ଉଦ୍ଧାର ହୋଇଛି ଏକ ଶଦ୍ୟଜାତ ଶିଶୁପୁତ୍ର। ଆଜି ଭୋର ୪ଟା ବେଳେ ପଦାକୁ ଯାଇଥିବା ସୁମନ୍ତ ମୁଖି ଶିଶୁ ସନ୍ତାନର କାନ୍ଦ ଶୁଣି ପ୍ରଥମେ ଭୟଭୀତ ହୋଇ ଫେରି ଘରକୁ ଆସିଥିଲେ । ପରେ ପରିବାର ସହିତ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଏକ ସଦ୍ୟଜାତ ଶିଶୁପୁତ୍ର ବାଉଁଶ ବୁଦା ନିକଟରେ କେହି ପକାଇ ଦେଇ ପଳାଇଛି। ତେବେ ପରିତ୍ୟକ୍ତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣି ନିଆଁରେ ସେକ ଦେଇଥିଲେ । ଏନେଇ ଅଙ୍ଗନୱାଡି ଦିଦିଙ୍କୁ ଖବର ଦେଇଥିଲେ।

ସେହିପରି ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଖବରପାଇ ସୁମନ୍ତଙ୍କ ପରିବାର ନିକଟରେ ପହଞ୍ଚି ମୋରଡ଼ା ଡାକ୍ତରଖାନାକୁ ଆଣି ଶିଶୁର ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ଉଦ୍ଧାର ଶିହୁପୁତ୍ରର ଓଜନ ୨କିଲୋ ୨୪୦ଗ୍ରାମ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି । ଶିଶୁଟିର ଅଧିକ ଚିକିତ୍ସାସେବାର ଆବଶ୍ୟକତା ଥିବା ଅନୁଭବ କରି ଆମ୍ବୁଲାନ୍ସ ଯୋଗେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେଇଛନ୍ତି ମୋରଡ଼ା ଡାକ୍ତରଖାନା କତ୍ତୃପକ୍ଷ। ସେହିପରି ଘଟଣା ସମ୍ପର୍କରେ ସୂଚନା ପାଇ ମୋରଡ଼ା ଥାନା ଆଇଆଇସି ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.