ଘଣ୍ଟାଏ ପରିଶ୍ରମ ପରେ ଶିଶୁକନ୍ୟା ଉଦ୍ଧାର, ପାଇଖାନା ପ୍ୟାନ୍‌ରେ ଖସିଯାଇଥିଲା ଗୋଡ଼

Published By : Prameya-News7 Bureau | October 14, 2020 IST

କେନ୍ଦ୍ରାପଡ଼ା ୧୪।୧୦: ପାଇଖାନା ପ୍ୟାନ ଭିତରେ ପଶିଯାଇଥିବା ଜଣେ ୪ ବର୍ଷର ଶିଶୁକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଆଜି ସକାଳେ କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଗାଁର କୌଳାସ ମଲ୍ଲିକଙ୍କ ୪ ବର୍ଷର ଝିଅ ପାଇଖାନାକୁ ଯାଇଥିବା ବେଳେ ଅସାବଧନତା ବଶତଃ ପାଇଖାନାରେ ତାର ଗୋଡ ରହିଯାଇଥିଲା । କୁନି ଝିଅକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ପରିବାର ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୧ ଘଣ୍ଟା ପରିଶ୍ରମ କରିବା ପରେ ଶିଶୁ କନ୍ୟାରୁ ଉଦ୍ଧାର କରାଯାଇଛି ।

{"id":344218,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.