ପୁଣି ଅବହେଳିତ ଶିଶୁକନ୍ୟା, ବିଲ ହୁଡାରୁ ଉଦ୍ଧାର ହେଲା ନବଜାତକ
16/07/2020 at 8:25 AM

ଖୋର୍ଦ୍ଧା ୧୬।୦୭: ପୁଣି ଅବହେଳିତ ନବଜାତ ଶିଶୁ । ଶିଶୁଟିଏ ପାଇଁ କିଏ କେତେ ପୂଜାର୍ଚ୍ଚନା କରୁଛି ତ କିଏ କେତେ ଚିକିତ୍ସା କରୁଛି । କିନ୍ତୁ ଏଭଳି ସ୍ଥିତିରେ ରାସ୍ତା କଡ଼, ବୁଦାମୁଳରୁ ଏବଂ ଅନ୍ୟନ୍ୟା ସ୍ଥାନରୁ ନବଜାତଶିଶୁଙ୍କୁ ଉଦ୍ଧାର କରାଯାଉଛି । ଖୋର୍ଦ୍ଧା ବାଘମାରି ସ୍ଥିତ ହଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ନବାଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବାଘମାରି ଜଣେ ଲୋକ ଗାଁ ନିକଟ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ତେବେ ଯାଉଥିବା ସମୟରେ ହଠାତ୍ ଶିଶୁ କନ୍ୟାର କାନ୍ଦିବାର ସ୍ୱର ଶୁଣିଥିଲେ , ଏବଂ ତା ନିକଟକୁ ଆସିଥିଲେ । ସେଠାରେ ପହଞ୍ଚି ନବଜାତ ଶିଶୁଟିକୁ ତୁରନ୍ତ ଉଦ୍ଧାର କରି ଖୋର୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେଡିକାଲରେ ଶିଶୁଟିର ଚିକିତ୍ସା ଜାରି ରହିଛି । ତେବେ କିଏ ଓ କାହିଁକି ନବଜାତ ଶିଶୁଟିକୁ ବିଲରେ ଫୋପାଡି ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣାରେ ଛାନ୍ଭିନ୍ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।