Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପୁଣି ଅଲୋଡ଼ା ଶିଶୁ କନ୍ୟା, ରାସ୍ତାକଡ ଅଳିଆ ଗଦାରୁ ୨ ଦିନର ଶିଶୁ ଉଦ୍ଧାର

26/07/2020 at 7:34 AM

ଡେଲାଙ୍ଗ ୨୬।୦୭: ପୁଣି ଅଲୋଡ଼ା ଶିଶୁ କନ୍ୟା । ନବଜାତକକୁ ଫିଙ୍ଗି ଦେଇଛି ମା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ହାକପଡ଼ା ଗାଁରେ ।

ସୂଚନାଯୋଗ୍ୟ ଯେ, ହାକପଡ଼ା ଗାଁ ନିକଟ ରାସ୍ତାକଡ଼ରେ ଥିବା ଅଳିଆଗଦା ନିକଟରେ ଏକ ଶିଶୁ କାନ୍ଦୁଥିବା ଶଦ୍ଦ ଶୁଭିଥିଲା । ବେରବୋଇ ଗାଁର ସଞ୍ଜୟ କୁମାର ପ୍ରଧାନ ସେହି ବାଟ ଦେଇ ବିଲକୁ ଯାଉଥିବା ବେଳେ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ଏନେଇ ଡେଲାଙ୍ଗ ଫାଣ୍ଡି ଅଧିକାରୀଙ୍କୁ ବି ଲିଖିତ ଭାବେ ଜଣାଇଥିଲେ । ଏବେ ଶିଶୁ କନ୍ୟାଟି ସୁସ୍ଥ ଅଛି । ଶିଶୁ କନ୍ୟାଟି ୨ ଦିନର ହୋଇଥିବା ଡାକ୍ତର କହିଛନ୍ତି । ଖବର ପାଇ ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଞ୍ଜୟଙ୍କ ଘରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଚାଇଲ୍ଡ କେୟାରକୁ ନେଇଛନ୍ତି । ପୋଲିସ ବି ଘଟଣାର ଖୋଳତାଡ଼ କରୁଛି ।

   Related Posts