Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲରୁ କାନ୍ଦି କାନ୍ଦି ଘରକୁ ଫେରିଥିବା ଶିଶୁ ୨୩ଦିନ ହେଲା କୋମାରେ : ମାମଲା ରୁଜୁ କଲେ ପରିବାର ଲୋକେ

27/04/2019 at 5:05 PM

ପିଞ୍ଜୋର ୨୭/୪: ପିଞ୍ଜୋର ଗାଁର ସୁରଜପୁରର ଜଣେ ଛାତ୍ର ସ୍କୁଲରେ ପଡ଼ି ଆହତ ହୋଇଥିବା ମାମଲାରେ ସ୍କୁଲ ପ୍ରବନ୍ଧକ ଏବଂ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଲିଟିଲ ଫ୍ଲାଓ୍ବାର ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ଅମରାବତୀ ପୋଲିସ୍ ମାମଲା ରୁଜୁ କରିଛି।

୫ବର୍ଷ ବୟସ୍କ ସୋହେଲଙ୍କ ପିତା ଅଶୋକ କୁମାର ଏବଂ ମାଆ ରୀତା ଦେବୀଙ୍କର ଦୁଇ ପୁଅ। ଦୁଇ ପୁଅ ଗାଁର ପ୍ରାଇଭେଟ୍ ସ୍କୁଲ ଲିଟିଲ ଫ୍ଲାଓ୍ବାର ସ୍କୁଲରେ ପାଠ ପଢ଼ନ୍ତି। ଅପ୍ରେଲ୍ ୩ତାରିଖରେ ପ୍ରି ନର୍ସରିରେ ପଢ଼ୁଥିବା ପୁଅ ସୋହେଲ୍ କାନ୍ଦି କାନ୍ଦି ଘରକୁ ଫେରିଥିଲା। ତା’ ଆଖି ଲାଲ ହୋଇଥିଲା।

ପରିବାର ଲୋକେ ତାକୁ ଗାଁର ଏକ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ। ସେହି ଡାକ୍ତର ଜଣକ ସୋହେଲର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଦେଖି ତାକୁ ସେକ୍ଟର-୬ ସରକାରୀ ହସ୍ପିଟାଲ ନେଇ ଯିବା ପାଇଁ ପରାମର୍ଶ ଦେଇଥିଲେ। ଗତ ୨୨ଦିନ ହେଲା ସୋହେଲଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୋହେଲଙ୍କ ବାପା ଅଶୋକଙ୍କ କହିବାନୁସାରେ ଘଟଣା ପରେ ସେ ଯେତେବେଳେ ସ୍କୁଲର କର୍ମଚାରୀଙ୍କ ସହ ଘଟଣା ବିଷୟରେ କଥା ହେବାକୁ ଯାଇଥିଲେ ସେମାନେ ପଛଘୁଞ୍ଚା ଦେଇଥିଲେ। ସେ କହିଛନ୍ତି ଯେ ଏବେ ଯାଏଁ ସ୍କୁଲରୁ କେହି ତାଙ୍କ ପିଲାର ଖବର ବୁଝିବାକୁ ଆସିନାହାନ୍ତି।

ସୋହେଲ କିଛି ଖାଉନାହିଁ ଏବଂ ସେ ଏବେ କୋମାରେ ରହିଛି। ଅଶୋକଙ୍କ କହିବାନୁସାରେ ଯଦି ସ୍କୁଲ କର୍ମଚାରୀ ଦାୟିତ୍ବର ସହ ଠିକ୍ ସମୟରେ ହସ୍ପିଟାଲ ନେଇଯାଇଥାଆନ୍ତେ ତେବେ ସୋହେଲଙ୍କ ଅବସ୍ଥା ଏପରି ହୋଇନଥାନ୍ତା।

   Related Posts