ମଦ କାଉଣ୍ଟରକୁ କାମ କରିବାକୁ ଆସି ନାବାଳିକା ଦୁଷ୍କର୍ମ ଶିକାର: ଅଭିଯୋଗ ପରେ ମାଲିକ, କର୍ମଚାରୀ ଅଟକ

Published By : Prameya-News7 Bureau | April 17, 2021 IST

ବାଲେଶ୍ୱର ୧୭/୪: ମଦ କାଉଣ୍ଟରରେ ଜଣେ ୧୩ ବର୍ଷର ନାବାଳିକାକୁ ୨ ବର୍ଷ ଧରି ଦୁଷ୍କର୍ମ ଅଭିଯୋଗ । ଏପରିକି ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି । ଖନ୍ତାପଡାରେ ଥିବା ଏକ କାଉଣ୍ଟରରେ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ନାବାଳିକାଙ୍କ ବାପା ଛୋଟ ବେଳୁ ମଦ କାଉଣ୍ଟରରେ କାମ କରିବାକୁ ଛାଡି ଦେଇଥିଲେ । ହେଲେ ସେଠାରେ କାମ କରୁଥିବା କର୍ମଚାରୀ ଜଣଙ୍କ ନାବାଳିକାକୁ ଜୋର ଜବରଦସ୍ତି ଭାବେ ୨ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା । ଗତ ଶୁକ୍ରବାର ନାବାଳିକା ଜଣଙ୍କ ଦାଦାଙ୍କ ଘରକୁ ଆସିଥିବାବେଳେ ପରିବାର ଲୋକେ ଚିକିତ୍ସା ପାଇଁ ନେଇଥିଲେ । ପରେ ସେଠାରୁ ଜାଣିବାକୁ ପାଇଥିଲେ ନାବାଳିକା ଜଣଙ୍କ ୩ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ପରେ ନାବାଳିକା ଜଣଙ୍କ ଘର ଲୋକଙ୍କୁ ସବୁ କଥା ସ୍ପଷ୍ଟ ଭାବେ ଜଣାଇଥିଲା । ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ମଦ କାଉଣ୍ଟର ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଚାଇଲଡ ଲାଇନ ପହଞ୍ଚି ନାବାଳିକାର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.