Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିଷ୍ଠୁରତା : ପିଲାର ଖେଳନା ନେଇଯିବାରୁ କିଭଳି ଜଣେ ଅଭିଭାବକ ଅଙ୍ଗନଓ୍ବାଡି ଶିଶୁକୁ ଦଣ୍ଡ ଦେଉଛନ୍ତି ଦେଖନ୍ତୁ ଭିଡିଓ…

6/11/2019 at 7:30 AM

ଆନନ୍ଦପୁର ୬।୧୧: ପିଲାର ଖେଳଣା ନେଇଯିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ଦଣ୍ଡ ଦେଲେ ଅଭିଭାବକ । ଏହି ଦଣ୍ଡ ଦେବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଶିବନାରାୟଣପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜଣେ ଅଭିଭାବକ କିପରି ନିଷ୍ଠୁର ପାଲଟି ଯାଇଛନ୍ତି । ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ଖେଳଣା ଛଡାଇ ନେଇଥିବାରୁ କୋମଳମତି ବାଳକକୁ ଚାପୁଡା ମାରୁଛନ୍ତି, କାନ ମୋଡୁଛନ୍ତି । ସେତିକିରେ କିନ୍ତୁ ମନ ଶାନ୍ତ ହେଉନି ଯେ ପିଲାଟିର ୨ ଗୋଡ଼କୁ ଉପରକୁ ଟେକି ମୁଣ୍ଡ ତଳକୁ କରିଦେଉଛନ୍ତି । ପିଲାଟି କାନ୍ଦିଲେ ବି ତାକୁ ଛାଡୁ ନାହାନ୍ତି ।

ବେଶ୍ କିଛି ସମୟ ଧରି ବ୍ୟକ୍ତି ଜଣକ ଏପରି କରିଚାଲିଥିଲେ । ଅଙ୍ଗନଓ୍ବାଡି ଦିଦି ବାରଣ କରିଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଭୃକ୍ଷେପ କରିନଥିଲେ । ପିଲାଟିକୁ ଧମକ ଚମକ ଦେଇ ଚାଲିଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓକୁ…

   Related Posts