Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଖଲ୍ଲିକୋଟ : ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ପ୍ରଶାସନ ସଜାଗ : ନଦୀ କୁଳିଆ ଅଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ, ଫସଲ ନଷ୍ଟ ନହେବା ଉପରେ ଗୁରୁତ୍ବ
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା

26/02/2021 at 11:29 AM

ଫୁଲବାଣୀ୨୬/୨: ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। କୌଣସି ପରିସ୍ଥିତିରେ ଶିଶୁମାନଙ୍କ ପ୍ରତି ନିର୍ଯାତନା କିମ୍ବା ଅବହେଳା ବରଦାସ୍ତ କରାଯିବ ନାହିଁ। ଏମିତି କିଛି  ଅଭିଯୋଗ ସାମ୍ନାକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି। ୨ ଦିନ ଧରି କନ୍ଧମାଳର ଜିଲ୍ଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା। ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ତଦାରଖ କରିବେ ସନ୍ଧ୍ୟାବତୀ।

ଗୁରୁବାର ଫୁଲବାଣୀସ୍ଥିତ ପଞ୍ଚାୟତ ଭବନ ସଭାଗୃହ ଠାରେ କିଛି ସରକାରୀ ଅଧିକାରୀ ଓ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନଜିଓ, ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ଧରି ସ୍କୁଲ୍ ବନ୍ଦ ରହିଥିଲା। ଯାହାଫଳରେ ପାଠ ପଢ଼ା ପ୍ରଭାବିତ ହୋଇଛି। ପାଠ ପଢ଼ା ବ୍ୟାହତ ହେବା ସହ ବହୁଦିନ ଧରି ପିଲାମାନେ ଘରେ ଆବଦ୍ଧ ରହିଥିଲେ। ଫଳରେ ପିଲାମାନଙ୍କ ମାନସିକସ୍ଥିତି ପ୍ରଭାବିତ ହୋଇଛି। କନ୍ଧମାଳ ଜିଲ୍ଲାରେ ଜିଲାସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଉଦ୍ଦେଶ୍ୟ ଥିଲା। ପିଲାମାନଙ୍କ ସହ କିପରି ସମ୍ପର୍କ ଯୋଡ଼ି ହେବ ଏବଂ ଜିଲ୍ଲାର ବ୍ଲକ ସ୍ତରରେ ଓ  ପଞ୍ଚାୟତ ସ୍ତରୀୟରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ପିଲାମାନଙ୍କ ସହ କିଭଳି ଘନିଷ୍ଠ ହେବେ|  

ପିଲାମlନଙ୍କର ଯେଉଁ ଅଧିକାର ରହିଛି, ସେମାନଙ୍କର ସୁରକ୍ଷାକୁ ନେଇ ଯେଉଁ ଦାୟିତ୍ଵ ଅଛି, ତାହା ଯେପରି ସୁଚାରୁରୂପେ ପାଳନ ହୋଇପାରିବ ଆଜିର  କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ଏହି ପରିପ୍ରେକ୍ଷୀରେ ଜନ  ଶୁଣାଣି ମଧ୍ୟ କରାଯାଇଥିଲା | ଏହି ଶୁଣାଣିରେ ଯେଉଁ ଅନାଥ ପିଲାମାନେ ରହିଛନ୍ତି ସେମାନଙ୍କୁ କିଭଳି ଥଇଥାନ କରାଯିବ ଏବଂ ସେ ମାନଙ୍କର ଶିକ୍ଷା ଯେପରି  ଠିକ୍ ଭାବରେ ପାଇ ପାରିବେ ତାକୁ ଦୃଷ୍ଟି  ଦେବା ଲାଗି ପରାମର୍ଶ ଦେଇଥିଲେ। ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଠିକ୍ ଭାବରେ ନିଜ ଦାୟିତ୍ଵ ନ ତୁଲାଇଲେ ଅଭିଯୋଗ କ୍ରମେ ତାଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡିଶା ଶିଶୁ ସୁରକ୍ଷା ଅଧିକାରର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ |

   Related Posts