Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସାଢେ ୩ବର୍ଷ ହେବ ଶିଶୁର ପତ୍ତା ମିଳୁନି, ସମ୍ବଲପୁର ହସ୍ପିଟାଲରୁ ଉଠାଇନେଇଥିଲା ମହିଳା

19/12/2020 at 9:22 AM

କନ୍ଧମାଳ ୧୯।୧୨: ସମ୍ବଲପୁର ସଦର ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁର ଖୋଜଖବର ନାହିଁ । ସାଢେ ୩ ବର୍ଷ ହେବ ମିଳୁନି ପତ୍ତା । ସିସିଟିଭିରେ ଚୋରିର ସମ୍ପୂର୍ଣ୍ଣ ଚିତ୍ର ରେକର୍ଡ ହୋଇଥିଲେ ସୁଦ୍ଧା ଶିଶୁକୁ ଖୋଜି ବାହାର କରିବାରେ ଅସଫଳ ହୋଇଛି ସମ୍ବଲପୁର ପୋଲିସ ।

ଏହାସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ପୋଲିସ ଖୋଜି ପାରିନି କି ଆଉ ତତ୍ପରତା ଦେଖାଉନି । ସତେ ଯେମିତି ସମ୍ବଲପୁର ପୋଲିସ ଘଟଣାକୁ ଭୁଲି ଗଲାଣି । ସେପଟେ ଚୋରି ହୋଇଥିବା ଶିଶୁର ମ- ବାପା ଆଜି ବି ଶିଶୁକୁ ଝୁରୁଛନ୍ତି ।

ସୂଚନା ଅନୁସାରେ ୨୦୧୭ ମାର୍ଚ୍ଚ ୨୩ ତାରିଖରେ ଯୁଯୁମୁରା ବ୍ଲକ୍ ଅମଲିପାଣି ଗାଁର ଅନିରୁଦ୍ଧ ମାଝିଙ୍କ ସ୍ତ୍ରୀ ଗୀତାଞ୍ଜଳି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତାର ପରଦିନ ଅର୍ଥାତ୍ ୨୪ ତାରିଖ ରାତି ୩ଟାରେ କେହି ଜଣେ ମହିଳା ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ ଭିତରୁ ଚୋରିକରି ନେଇ ଯାଇଥିଲେ ।

ଚୋରି ସମୟର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ କି ଚୋରି ହୋଇଥିବା ଶିଶୁକୁ ଖୋଜି ବାହାର କରିନାହିଁ ।

   Related Posts