ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ତଦନ୍ତ ଦାବିରେ ଅଡି ବସିଲେ ପରିବାରଲୋକ

Published By : Prameya-News7 Bureau | August 06, 2020 IST

କଳାହାଣ୍ଡି ୬।୮: ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ ଡ଼ାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଜୟପାଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":310640,"sizeSlug":"large"}

ସୂଚନା ଅନୁସାରେ, ଧନସୁଲି ପଞ୍ଚାୟତ ଛତାବନ୍ଧଗୁଡାର ୩ ବର୍ଷର ଶିଶୁକୁ ଡାଇରିଆ କାରଣରୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ୨୪ ଘଣ୍ଟା ମଧ୍ୟରେ ଥରେ ବି ଦେଖିବାକୁ ଆସି ନଥିବା କାରଣରୁ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ନ ହେଲେ ଶବ ହସ୍ପିଟାଲରୁ ଉଠାଇବେ ନାହିଁ ବୋଲି ଅଡି ବସିଥିଲେ ପରିବାରଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.