Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମା’ ମାଡ ମାରିବାରୁ ଲୁଚିଥିଲେ ଟାୟାର ଭିତରେ, ଚାପିଦେଲା ଜେସିବି

15/04/2021 at 3:16 PM

ସୋର ୧୫।୪: ମା’ ମାଡ଼ ସହିନପାରି ଲୁଚିଥିଲା ଟାୟାର ଭିତରେ । ଲୁଚିଥିବା ଅବସ୍ଥାରେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୋର ଥାନା ବାଗୁଡ଼ି ଦୁର୍ଗାଦେବୀ କ୍ରସରଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଅଙ୍ଗୁଳ ଗ୍ରାମର କଣ୍ଢେଇ ବିନ୍ଧାଇଙ୍କ ୮ ବର୍ଷ ଝିଅ ଆଶା ବୁଧବାର ଦ୍ବିପ୍ରହରରେ ଘରେ ଖାଇବା ବେଳେ ମା’ ସହ ଅଝଟ କରିଥିଲା । ମା’ ଆଶାକୁ ଚାପୁଡେ ମାରିବାରୁ ଝିଅଟି ଆସି ନିକଟରେ ଥିବା ଏକ କ୍ରସରରେ ଟ୍ରାକ୍ଟର ଟାୟାର ଭିତରେ ଲୁଚି ଯାଇଥିଲା । ତେବେ କ୍ରସରରେ ଥିବା ଜେସିବି ମେସିନ ସେହି ଟାୟାର ଉପରେ ରଖିଦେବାରୁ ଝିଅଟିର ମୃତ୍ୟୁ ହୋଇଛି । ତେବେ ସାମାନ୍ୟ ଖାଇବା ବେଳେ ପାଟିତୁଣ୍ଡ ନେଇ ଝିଅଟି ଆସି ଟ୍ରାକ୍ଟର ଟାୟାର ଭିତରେ ଲୁଚିଥିଲା ବେଳେ ଜେସିବି ମେସିନ ଚାପାରେ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

   Related Posts