ବିଦ୍ୟୁତ ଆଘାତରେ ଶିଶୁ କନ୍ୟା ମୃତ

Published By : Prameya-News7 Bureau | May 27, 2020 IST

ଭଦ୍ରକ ୨୭।୦୫: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ମୃତ ଶିଶୁର ନାଁ ଦୀପାଞ୍ଜଳି ମଲ୍ଲିକ । ଗାଁର ଚକ୍ରଧର ମଲ୍ଲିକଙ୍କ ଝିଅ ଦୀପାଞ୍ଜଳି ସକାଳେ ନିଜ ବାଡ଼ିରେ ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଗତକାଲି ଧାମନଗର ବିଦ୍ୟୁତ ବିଭାଗ ପକ୍ଷରୁ ଏଲଟି ଲାଇନ ଖୋଲି ଦିଆଯାଇ କେବୁଲ ଲାଇନ ସଂଯୋଗ କରାଯାଇଥିଲା । କିନ୍ତୁ ଭୁଲ୍ ବଶତଃ ଫାଙ୍କା ଏଲଟି ଲାଇନ ଛାଡ଼ି ଯାଇଥିଲେ । ଏନେଇ ମଧ୍ୟ ଗତକାଲି ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କାର୍ଯ୍ୟରେ ଥିବା କର୍ମଚାରୀ ଶୁଣିନଥିଲେ । ସକାଳେ ଦୀପାଞ୍ଜଳି ଖେଳୁଥିବାବେଳେ ତାରରେ ଲାଗି ଯାଇଥିଲେ । ସେଠାରେ ସେ ଚିତ୍କାର କରି ତଳେ ପଡି ଯାଇଥିଲେ । ପରିବାର ଲୋକେ ଦେଖି ତାଙ୍କୁ ତୁରନ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଧାମନଗର ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.