Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ରୋଗୀଙ୍କୁ ଆମ୍ବୁଲାନ୍ସରେ ବସାଇ ଢାବାରେ ଅଟକିଗଲେ ଡ୍ରାଇଭର, ଦେଢ ଘଣ୍ଟା ଖାଇଲେ : ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଶିଶୁ ମୃତ

11/08/2020 at 10:14 AM

ବେତନଟୀ ୧୧।୮: ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳା ପାଇଁ ଲିଭିଯାଇଛି ବର୍ଷକର ଶିଶୁପୁତ୍ରର ଜୀବନ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ତୃଣମୂଳସ୍ତରରେ ୧୦୮ ଆମ୍ବୁଲାନ୍ସ ସେବା କିଭଳି ଚାଲିଛି ତାହା ଲୋକଲୋଚନକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ଶିଶୁପୁତ୍ର ଜୀତ୍‌ ଅସୁସ୍ଥ ହେବାରୁ ତାଙ୍କୁ ରବିବାର ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର ପାଇଁ ସୋମବାର ଅପରାହ୍ନରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ (ଓଡି-୦୨ବିଏଚ-୧୨୫୨) ଯୋଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା ।

ତେବେ ମୃତ ଶିଶୁପୁତ୍ରଙ୍କ ମା’ ଗୀତା ବେହେରାଙ୍କ ଅଭିଯୋଗ ଅନୁସାରେ ବାରିପଦା ସହରରୁ ବାହାରିବା ପରେ ମଞ୍ଚାବନ୍ଧା ସ୍ଥିତ ଏକ ଢାବାରେ ଗାଡି ରଖି ଚାଳକ ଏବଂ ଫାର୍ମାସିଷ୍ଟ ଖାଇବାକୁ ଯାଇଥିଲେ । ତେବେ ଦେଢଘଣ୍ଟା ପରେ ମଧ୍ୟ ସେମାନେ ଢାବାରୁ ଫେରିନଥିଲେ । ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଆହୁରି ଶୋଚନୀୟ ହୋଇପଡିଥିଲା । ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଦେଖି ଶିଶୁର ମା ଢାବାକୁ ଯାଇ ସେମାନଙ୍କୁ ଡାକିଥିଲେ । ମାତ୍ର ଆମ୍ବୁଲାନ୍ସ କର୍ମଚାରୀ ଦୁଇଜଣ ‘ବ୍ୟସ୍ତ ହୁଅନାହିଁ ଆମେ ଡାକ୍ତର ଆମେ ଜାଣିଛୁ ପିଲାର କଣ ହେବ କଣ ନାହିଁ ଆମକୁ ଭଲଭାବେ ଜଣା’ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି ।

ଶେଷରେ ଦୀର୍ଘସମୟ ଢାବାରେ ରହି ବାହାରିବା ପରେ ରାସ୍ତାରେ ଶିଶୁ ପୁତ୍ର ନିସ୍ତେଜ ହୋଇପଡିଥିଲା । ଏହାଦେଖି ବିଚଳିତ ମା’ ଶିଶୁ ସମ୍ପୂର୍ଣ୍ଣ ନିସ୍ତେଜ ଏବଂ ଚେତାଶୂନ୍ୟ ହୋଇଯାଇଥିବା ନେଇ ଜଣାଇବାପରେ ଆମ୍ବୁଲାନ୍ସ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ରେ ଥିବା କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାରେ ଅଟକିଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶିଶୁପୁତ୍ର ମୃତ୍ୟୁ ଖବର ପାଇ ଆମ୍ବୁଲାନ୍ସ ଚାଳକ ଏବଂ ଫାର୍ମାସିଷ୍ଟ ଦ୍ବୟ ଘଟଣାସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲେ ।

ଖବରପାଇ ବେତନଟୀ ଥାନା ଏସଆଇ ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁକୁ ନେଇ ମୃତକଙ୍କ ମା’ ଗୀତା ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ବେତନଟୀ ଥାନାରେ ୧୭୬/୨୦୨୦ ଦଫା ୩୦୪(ଏ)/୩୪ଆଇପିସି ମୂଳେ ଏକ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ୍ ଉକ୍ତ ଆମ୍ବୁଲାନ୍ସକୁ ସିଜ୍‌ କରିଛି । ଶିଶୁପୁତ୍ରକୁ ମା’ ହରାଇ ବିଚଳିତ ହେଉପଡୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ଢାବାରେ ଖାଇବା ପାଇଁ ଘଣ୍ଟାଘଣ୍ଟା ଅଟକିବାରୁ ନିରୀହ ଶିଶୁପୁତ୍ରର ଜୀବନ ଚାଲିଯାଏ ତାହେଲେ ଜିଲ୍ଲା ତଥା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା କେତେ ଲୋକାଭିମୁଖି ହୋଇପାରିଛି ତାହା ସହଜରେ ଅନୁମେୟ ।

   Related Posts