ଘରେ କେହି ନଥିବା ବେଳେ ଅଘଟଣ, ପୋଖରୀରେ ବୁଡି ଦେଢ ବର୍ଷର ଶିଶୁର ମୃତ୍ୟୁ
3/04/2021 at 10:55 AM

ପାଟଣା ୩।୪: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ୍ ମୁଣ୍ଡା ସାହିରେ ଅଘଟଣ । ପୋଖରୀରେ ବୁଡି ଦେଢ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ପୁତ୍ର ହେଲେ ଗାଁର ରାମ ମୁଣ୍ଡାଙ୍କ ଦେଢ ବର୍ଷର ପୁଅ ତରଣୀ ମୁଣ୍ଡା ।
ସୂଚନାଯୋଗ୍ୟ ଯେ, ଘରେ କେହି ନଥିବା ବେଳେ ଶିଶୁ ପୁତ୍ରଟି ଘର ପଛ ପଟେ ଥିବା ପୋଖରୀରେ ପଡି ମୃତ୍ୟୁ ବରଣ କରିଛି । ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ଭିତରେ ଶିଶୁଟି ପଡିଥିବା ଦେଖି ଉଦ୍ଧାର କରିଥିଲେ । ଶିଶୁଟିକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁପୁତ୍ରର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
Related Posts
ହରିଣ ଶିକାର କରି କାଟୁଥିଲେ, ଚଢାଉ କଲା ବନବିଭାଗ ; ୨ଗିରଫ
11 April 2021