ଖେଳନା ହେଲା କାଳ : ପ୍ଲାଷ୍ଟିକ୍ ପେଁକାଳି ଗିଳି ଦେଇ ୪ ବର୍ଷର ଶିଶୁ ମୃତ

Published By : Prameya-News7 Bureau | January 15, 2021 IST

ଆନନ୍ଦପୁର ୧୫।୧: ଖେଳନା ହେଲା କାଳ । ଖେଳୁଥିବା ସମୟରେ ପ୍ଲାଷ୍ଟିକ ପେଁକାଳି ଗିଳିଦେଇ ଶିଶୁ ମୃତ । ଆନନ୍ଦପୁର ଉପଖଣ୍ଡ ଅର୍ଜୁନବଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":392741,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗାଁର ମନୁ ନାଇକଙ୍କ ୪ ବର୍ଷର ପୁଅ ସନୁ ଘରେ ଏକ ପ୍ଲାଷ୍ଟିକ ପେଁକାଳି ଧରି ଖେଳୁଥିଲେ । କିଛି ସମୟ ପରେ ମା’ ଆସି ଦେଖିବା ବେଳକୁ ସନୁ ଅଚେତ୍ ହୋଇ ପଡି ରହିଥିଲା । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ଅଣାଯାଇଥିଲା । ମେଡିକାଲରେ ଡାକ୍ତର ସନୁକୁ ମୃତ ଘୋଷଣା କରିଛନ୍ତି । ଘର ଲୋକ ଏବଂ ଡାକ୍ତରଙ୍କ ସନ୍ଦେହ ଅନୁଯାୟୀ ପ୍ଲାଷ୍ଟିକ ପେଁକାଳିଟି ସନୁ ଗିଳି ଦେଇଥିବାରୁ ତାଙ୍କ ଶ୍ବାସରୁଦ୍ଧ ହୋଇ ଏଭଳି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.