ଘରୁ ପଳାଇଆସି ବାହା ହେଉଥିଲେ ଝିଅ : ନାବାଳିକା କହି ଅଟକାଇଲେ ପରିବାରଲୋକ, ବର-କନ୍ୟା ଥାନାରେ ଅଟକ

Published By : Prameya-News7 Bureau | October 29, 2020 IST

ଖୋର୍ଦ୍ଧା ୨୯।୧୦: ବାଲ୍ୟ ବିବାହ ଚାଲିଥିବା ବେଳେ ଚଢାଉ । ଉଭୟ ବର ଓ କନ୍ୟାଙ୍କୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ୟୁନିଟ ।  ଖୋର୍ଦ୍ଧା ପଲାଲୋକେଶ୍ୱରପୁର ଅଞ୍ଚଳର ଏକ ମନ୍ଦିରରେ ଚାଲିଥିଲା ବାହାଘର । ଘଟଣାସ୍ଥଳରେ ଖୋର୍ଦ୍ଧା ଆଦର୍ଶ ଥାନା ଓ ଶିଶୁ ସୁରକ୍ଷା ଟିମ୍‌ ପହଞ୍ଚି ବିବାହକୁ ବନ୍ଦ କରିଛନ୍ତି ।

{"id":352725,"sizeSlug":"large"}

ଖବର ଅନୁଯାୟୀ,  ନୟାଗଡ ଜିଲା ଡିମିରିପାଟଣା ଗାଁର ଜଣେ ନାବାଳିକାର ଖୋର୍ଦ୍ଧା  ଆଦର୍ଶ ଥାନା ପଲା ଲୋକେଶ୍ୱରପୁର ଅଞ୍ଚଳର ରମେଶ ନାଏକଙ୍କ ସହ ପ୍ରେମ ବିବାହ କରୁଥିଲେ ।  ସ୍ଥାନୀୟ ଲୋକେଶ୍ଵର ମନ୍ଦିରରେ ଚାଲିଥିଲା ବାହାଘର  । ଏହି ବିବାହ ଖବର ପାଇ ଯୁବତୀଙ୍କ ପିତା ଜାଣିପାରି ଆର୍ଦଶ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

{"id":352726,"sizeSlug":"large"}

ପୋଲିସ ଓ ଚାଇଲ୍ଡ ଲାଇନ୍ ଉଭୟ ବର ଓ କନ୍ୟାଙ୍କୁ ଅଟକ ରଖ୍ ପଚରାଉଚୁରା କରୁଛି । ତେବେ ନାବାଳିକାଙ୍କ ପିତା ଝିଅର ବୟସ ୧୬ ବର୍ଷ ୩ ମାସ କହୁଥିବାବେଳେ ନାବାଳିକା ତା’ର ବୟସ ୧୮ ବର୍ଷରୁ ଅଧିକ ବୋଲି ଦାବି କରିଛନ୍ତି ।  ନିଜ ସ୍ବଇଛାରେ ଆସି ବିବାହ କରିଛି ବୋଲି କହିଛି । ବିବାହ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁଲିସ ଏହି ବିଭାଘରକୁ ବନ୍ଦ କରି ଦେଇଥିବା ବେଳେ ଉଭୟ ବର ଓ କନ୍ୟାକୁ ଥାନାକୁ ଆଣି ପଚରାଉଚରା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.