ଦ୍ଵିତୀୟ ବିବାହ ପରେ ପୁଅକୁ ସ୍ବାମୀ ନେଇଯିବା ଘଟଣା : ମା’ କୋଳକୁ ଫେରିଲା ପିଲା କିନ୍ତୁ ଅଭିଯୁକ୍ତ ଏବେବି ବାହାରେ

Published By : Prameya-News7 Bureau | June 15, 2021 IST

ଭଦ୍ରକ ।୬: ଦ୍ଵିତୀୟ ବିବାହ କରିବା ପରେ ପୁଅକୁ ନେଇଯାଇଥିଲେ ସ୍ଵାମୀ । ଏମିତି କି ଶ୍ବଶୁରଘର ଲୋକମାନେ ସସ୍ମିତାକୁ ଯୌତୁକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ତାର ପାରିବା ପଣିଆ ଦେଖାଇ ପୁଅକୁ ଉଦ୍ଧାର କରି ମା’କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରୁନାହିଁ । ଶେଷରେ ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଭେଟିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମଂଜୁରରୋଡ ଅଞ୍ଚଳର ସାତଶୋଳା ଗ୍ରାମର ନିତ୍ୟ ଚିନ୍ମୟ ଖଣ୍ଡାଇଙ୍କୁ ଓଳା ଗ୍ରାମର ସସ୍ମିତା ସାହୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ବାମୀ ସମେତ ଶ୍ବଶୁରଘର ଲୋକେ ଅଧିକ ଯୌତୁକ ଦାବିରେ ତାଙ୍କୁ ମାନସିକ, ଶାରିରୀକ ନିର୍ଯାତନା ଦେବା ସହିତ ଅନେକ ସମୟରେ ମାଡ ମରାଯାଇଥିବାର ଅଭିଯୋଗ ଆଣିଥିଲେ ସସ୍ମିତା । ତାଙ୍କ ସ୍ବାମୀଙ୍କର ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କକୁ ନେଇ ସେ ବିରୋଧ କରିଆସୁଥିବା ବେଳେ ସ୍ବାମୀ ସମେତ ଶ୍ବଶୁର ଘରର ସମସ୍ତ ସଦସ୍ୟ ସଂଘବଦ୍ଧ ଭାବେ ତାଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ।

ଏ ସମ୍ପର୍କରେ ସସ୍ମିତା ପ୍ରଥମେ ମଂଜୁରୀରୋଡ ଫାଣ୍ଡି ଏବଂ ପରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ଶାସକଦଳର ନେତାଙ୍କ ଚାପରେ ଭଣ୍ଡାରିପୋଖରୀ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସସ୍ମିତାଙ୍କ ପରିବାର ପକ୍ଷରୁ ଏସ୍‌ପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଏପରିକି ଭଣ୍ଡାରିପୋଖରୀ ପୋଲିସଙ୍କ ପକ୍ଷପାତିତା ଏବଂ କଦର୍ଯ୍ୟ ବ୍ୟବହାର ସସ୍ମିତାଙ୍କ ପରିବାରକୁ ବ୍ୟଥିତ କରିଛି । ନିଖୋଜର ୫ ଦିନ ପରେ ପୋଲିସ ଶିଶୁର ମା’ଙ୍କୁ ଶିଶୁଟିକୁ ହସ୍ତାନ୍ତର କରିଛି । କିନ୍ତୁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଭଣ୍ଡାରିପୋଖରୀ ପୋଲିସ ଯେମିତି ସାହାସ ଜୁଟାଇ ପାରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.