ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ

Published By : Prameya-News7 Bureau | March 04, 2021 IST

ରାଉରକେଲା ୪।୩: ବନ୍ଦ ହେଲା ବାଲ୍ୟ ବିବାହ। ଶିଶୁପାଳ ହୋଇ ଫେରିଲା ବର ।  ବୁଧବାର ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଫାଣ୍ଡି ବ୍ଲକ କଲୋନୀରେ ରାଜସ୍ଥାନର ଜଣେ ଯୁବକ ଜଣେ ନାବାଳିକାଙ୍କୁ ବିବାହ କରୁଥିବା ନେଇ ଖବର ମିଳିଥିଲା । ଚାଇଲ୍ଡ ଲାଇନ୍ ଏବଂ ପୋଲିସର ହସ୍ତକ୍ଷେପ ପରେ ବାହାଘର ଅଧାରୁ ବନ୍ଦ ହୋଇଛି । ଏହାସହ ବର ଓ ବରର ପରିବାର ଲୋକେ ଥାନାର ଅଟକ ଅଛନ୍ତି ।  ନାବାଳିକାଙ୍କ ବୟସ ପାଖାପାଖି ୧୫ ବର୍ଷ ବୋଲି ଜଣାପଡିଛି ।

ତେବେ କେଉଁ ପରିସ୍ଥିତିରେ ଏତେ କମ୍ ବୟସରେ ଝିଅକୁ ବାହା ଦେଉଥିଲେ ସେ ନେଇ ନାବାଳିକାଙ୍କ ବାପା-ମା’ଙ୍କୁ ପୋଲିସ ଏବଂ ଚାଇଲ୍ଡ ଲାଇନ୍ ପକ୍ଷରୁ ଜେରା କରାଯାଇଛି। ଗୁରୁବାର ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏ ନେଇ କୁଆଁରମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏହା ପ୍ରଥମ ଘଟଣା ନୁହଁ । ସଚେତନତା ଏବଂ ଶିଶୁ ସୁରକ୍ଷା ବିଭାଗର ସ୍ଥାଣୁତା ଯୋଗୁଁ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.