ନାବାଳିକା ବିବାହ, ବେଦୀକୁ ଯିବା ପୂର୍ବରୁ ପୋଲିସ ସହ ପହଞ୍ଚି ନିଜ ହେପାଜତକୁ ନେଲା ଶିଶୁ ସୁରକ୍ଷା ସମିତି, ଆସିଲେନି ବରଯାତ୍ରୀ
8/07/2019 at 5:35 PM

ଝାରସୁଗୁଡା୮|୭: ବାହାବେଦୀକୁ ଯିବାକୁ ସଜବାଜ ହୋଇ ବସିଥିବା ବେଳେ ମଙ୍ଗୁଳା କନ୍ୟାକୁ ନିଜ ହେପାଅଜତକୁ ନେଲା ଚାଇଲ୍ଡ ଲାଇନ୍ | କୋଲାବିରା ଠାରେ ଜଣେ ବାପ ମା ଛେଉଣ୍ଡ ନାବାଳିକାକୁ ସୁନ୍ଦରଗଡର ଜଣେ ଯୁବକ ସହ ବିବାହ ପାଇଁ ନାବାଳିକାର ପାଳିତ ମାତା ପିତା ସବୁ ପ୍ରସ୍ତୁତି କରିସାରିଥିବା ବେଳେ ବହାଘରକୁ ରୋକିଲା ପ୍ରଶାସନ |

ଆଜି ସକାଳୁ ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୁଚୀ ଅନୁସାରେ କୋଲାବିରାର ଜଣେ ୧୬ବର୍ଷୀୟ ନାବାଳିକାର ବାହାଘର ପାଇଁ ବରଯାତ୍ରୀ ଆସିବା ପୁର୍ବରୁ କନ୍ୟା ଘରେ ପହଞ୍ଚିଥିଲା ଚାଇଲ୍ଡ ଲାଇନ | ବିବାହ ପାଇଁ କନ୍ୟା ପକ୍ଷରୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିବା ବେଳେ ଆଜି ବାହାଘରରେ ସାମିଲ ହୋଇଥାନ୍ତେ ବନ୍ଧୁ ବାନ୍ଧବ | ହାତରେ ମେହେନ୍ଦି,ଗୋଡରେ ପାଉଁଜି ସହ ସଜେଇ ହୋଇ ରହିଥିଲା ନାବାଳିକା ବଧୁ | କିନ୍ତୁ ଚାଇଲ୍ଡ ଲାଇନ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ହାଜର କରାଇଛି |

ଶିଶୁମଙ୍ଗଳ ସମିତି ଏହି ବିବାହକୁ ସଂପୁର୍ଣ୍ଣ ବେଆଇନ ଦର୍ଶାଇ ନାବାଳିକାକୁ ସ୍ୱଧାର ଗ୍ରୁହରେ ରଖାଯାଇ ଆଇନ ଅନୁସାରେ ସମସ୍ତ ପଦକ୍ଷେପ ନେବ ବୋଲି କମିଟିର ଅଧ୍ୟକ୍ଷା କହିଛନ୍ତି | ନାବାଳିକାର ପରିବାର ଲୋକେ ଫେରାର୍ ହୋଇଯାଇଥିବା ବେଳେ ଏହି ସୂଚନା ପାଇ ବରଯାତ୍ରୀ କୋଲାବିରା ଅସି ନଥିଲେ |
