ବାହାଘର ପୂର୍ବରୁ ନାବାଳିକାକୁ ଉଦ୍ଧାର କଲା ପୋଲିସ, ସ୍କୁଲ ଛାତ୍ରୀଙ୍କ ବୟସ ନେଇ ପ୍ରମାଣ ଦେଇପାରିଲେନି ଘର ଲୋକେ

Published By : Prameya-News7 Bureau | March 20, 2020 IST

ଭଦ୍ରକ, ୨୦|୦୩:  ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ । ଶିଶୁ ମଙ୍ଗଳ ସମିତି ବାଲ୍ୟ ବିବାହ ରୋକିବା ବେଳେ ଉତ୍ତେଜନାକୁ ନଜରରେ ରଖି ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଣୀତାଲ ଆଞ୍ଚଳରେ ।

{"id":241542,"width":756,"height":428,"sizeSlug":"large"}

ରାଣୀତାଲ ନିକଟ ଏକ ଗ୍ରାମରେ ଜନୈକ ନାବାଳିକାଙ୍କର ବିବାହ ହେଉଥିବା ନେଇ ଭଦ୍ରକ ଜିଲ୍ଲା  ଶିଶୁ ମଙ୍ଗଳ ସମିତିକୁ ଖବର ମିଳିଥିଲା। ଶିଶୁ ମଙ୍ଗଳ କମିଟିର ସଦସ୍ୟ ମାନେ ଗାଁରେ ପହଞ୍ଚିଥିଲେ । ତେବେ ଶିଶୁମଙ୍ଗଳ ସମିତିର କର୍ମଚାରୀ ପହଞ୍ଚିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ନାବାଳିକାଙ୍କ ପରିବାର ଲୋକେ ବୟସ ସମ୍ବନ୍ଧୀୟ କୌଣସି କାଗଜପତ୍ର ଦେଖାଇପାରି ନଥିଲେ । ପୋଲିସ ଓ ଶିଶୁମଙ୍ଗଳ ସମିତି ନାବାଳିକାଙ୍କୁ ଉଦ୍ଧାର କରିଥିଲା ।

ତେବେ ନାବାଳିକାଙ୍କ ଆଧାରକାର୍ଡରେ ୧୮ ବର୍ଷ ହୋଇଥିବା ବେଳେ ପାଠ ପଢୁଥିବା ବିଦ୍ୟାଳୟରେ ଯାଞ୍ଚ କରି ସେ ନାବାଳିକା ହୋଇଥିବା ନେଇ ସୂଚନା ପାଇଥିଲା । ପରେ କେତେକ ସର୍ତ୍ତରେ ଶିଶୁମଙ୍ଗଳ ସମିତି ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.