ପୁଣି ଏକ ବାଲ୍ୟ ବିବାହକୁ ବନ୍ଦ କଲା ସିଡବ୍ଲୁସି
26/06/2018 at 6:18 AM

ପୁଣି ଏକ ବାଲ୍ୟ ବିବାହକୁ ବନ୍ଦ କଲା ସିଡବ୍ଲୁସି । ତାହାପୁଣି କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ସିଲଭରି ସିଟି କଟକ ଜଗତପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଜଗତପୁର ଅଞ୍ଚଳରେ ରହୁଥିବା ବିହାରର ଜଣେ ଗୁପଚୁପ ବିକାଳି ତାର ୧୫ ବର୍ଷିୟା ଝିଅକୁ କଟକ ରାଣୀହାଟ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରାଉଥିବା ନେଇ କିଛି ସମାଜସେବୀ ସିଡବ୍ଲୁସି ଓ ଜଗତପୁର ଥାନାକୁ ଖବର ଦେଇଥିଲେ । ପୋଲିସ ତଥା ସିଡବ୍ଲୁସି କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦକୁ କରିଥିଲେ । ତେବେ ଉଭୟ ପରିବାର ପକ୍ଷରୁ ଏହି ବିବାହକୁ ୪ବର୍ଷ ପରେ କରିବା ପାଇଁ ପୋଲିସ ନିକଟରେ ଲିଖିତି ପ୍ରତିଶୃତି ଦେବାପରେ ଉଭୟ ପରିବାରକୁ ପୋଲିସ ଛାଡିଥିଲା । ।
Related Posts
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021
ବ୍ରହ୍ମପୁର: ପୁଣି ନକଲି ସସ୍ ଜବତ, ଜଣେ ଗିରଫ
24 January 2021
ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ
24 January 2021