ୟେମେନରେ ଗମ୍ଭୀର ଖାଦ୍ୟ ସଙ୍କଟ, ପୁଷ୍ଟିହୀନତାର ଶିକାର ୧ ଲକ୍ଷ ଶିଶୁ ମୃତ୍ୟୁ ଅପେକ୍ଷାରେ- ଜାତିସଂଘ ସର୍ଭେ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦: ୟେମେନର କିଛି ଇଲାକାରେ କୁପୋଷଣ ସଂଖ୍ୟା ତୀବ୍ର ଭାବେ ବଢ଼ୁଛି। ଦେଶ ଏକ ଗମ୍ଭୀର ଖାଦ୍ୟ ସୁରକ୍ଷା ସଙ୍କଟ ଦେଇ ଗତି କରୁଥିବା ଦେଖାଯାଇଛି। ପାଖାପାଖି ଲକ୍ଷେ ଶିଶୁ କୁପୋଷଣ ଶିକାର ହୋଇ ସେମାନଙ୍କ ଜୀବନ ଏବେ ବିପଦ ମୁହଁରେ ପଡ଼ିଛି। ଏନେଇ ସେମାନଙ୍କୁ ଦରକାର ମଧ୍ୟ ତୁରନ୍ତ ଚିକିତ୍ସା ସୁବିଧା। ଅର୍ଥାତ ପର୍ଯ୍ୟାପ୍ତ ଖାଦ୍ୟ ଅଭାବରୁ ସେମାନେ ଏଭଳି ସ୍ଥିତିରେ ରହିଛନ୍ତି। ଏଭଳି ଏକ ତଥ୍ୟ ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି।

୨୦୨୦ରୁ ୟେମେନରେ ପୁଷ୍ଟିହୀନତାର ସ୍ଥିତି ବିଗିଡ଼ିବାରେ ଲାଗିଛି। ତେବେ ଏହା କରୋନା ମହାମାରୀ, ଆର୍ଥିକ ଅବନ୍ନତି, ବନ୍ୟା ପରିସ୍ଥିତି, ବଢ଼ୁଥିବା ବିବାଦ ଓ ଚଳିତ ବର୍ଷର ସହାୟତା ପ୍ରତିକ୍ରିୟାରେ ଉଲ୍ଲେଖନୀୟ ଅର୍ଥ ଅଭାବ ପ୍ରାୟ ଛଅ ବର୍ଷ ଯୁଦ୍ଧ ପରେ କ୍ଷୁଧା ପରିସ୍ଥିତି ସୃଷ୍ଟି କରିଛି।

{"id":352035,"sizeSlug":"large"}

ଜାତିସଂଘ ମାନବୀୟ ସଂଯୋଜକ ଲିସି ଗ୍ରାନେଡ କହିଛନ୍ତି ଜୁଲାଇ ମାସରୁ ଚେତାବନୀ ଦିଆ ଯାଉଛି ଯେ ୟେମେନ ଭୟାବହ ଖାଦ୍ୟ ସୁରକ୍ଷା ସଙ୍କଟ ଦେଇ ଗତି କରୁଛି। ଯଦି ସ୍ଥିତି ଏମିତି ରହିବ ତେବେ ଆମେ ଏହାର ଅପରିବର୍ତନୀୟ ସ୍ଥିତିର ନିକଟତର ରହିବା ସହ ୟେମେନର ଛୋଟ ପିଲାଙ୍କ ପୂରା ପିଢ଼ି ଖାଦ୍ୟ ସଙ୍କଟ ଦେଇ ଗତି କରିବେ।

ଜାତିସଂଘ ଇନଟିଗ୍ରେଟେଡ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ (ଆଇପିସି) ଅନୁସାରେ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଠାରେ ପୁଷ୍ଯିହୀନତାର ମାମଲା ୨୦୨୦ରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ଅଧା ମିଲିଅନରୁ ଅଧିକ ହୋଇଗଲାଣି।

ପୁଷ୍ଟିହୀନତା ମସ୍ତିଷ୍କ ଓ ପିଲାଙ୍କ କନଜିନିଟିଭ କ୍ଷମତା ଉପ​‌ରେ ପ୍ରଭାବ ପକାଏ। ତେବେ ଏହା କେବଳ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁ ନାହିଁ ବରଂ ସେମାନଙ୍କ ଭବିଷ୍ୟତରେ ଉପରେ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ଶିଶୁ କୁପୋଷଣ ମାମଲା ୧୫.୫ ପ୍ରତିଶତ ବଢ଼ିଛି। ଏହା ସହ ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା ମଧ୍ୟ ପୁଷ୍ଯିହୀନତା ନେଇ ଉଚିତ ଚିକିତ୍ସା ଆବଶ୍ୟକ କରୁଛନ୍ତି। ପାଖାପାଖି ପାଞ୍ଚ ବର୍ଷରୁ କମ୍ ବୟସ୍କ ୧.୪ ମିଲିଅନ ପିଲା ଦକ୍ଷିଣ ୟେମେନରେ ରହନ୍ତି। ଯାହା ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ସରକାରଙ୍କ ନିୟନ୍ତ୍ରଣରେ ରହିଛି।

ଉତ୍ତର ୟେମେନ ପାଇଁ ଆଇପିସି ଡାଟା ଯାହା ଇରାନ ଆଲଜିନେଡ ହାଉଥିବ ଫାଇର୍ଟରଙ୍କ ଦ୍ବାରା ନିୟନ୍ତ୍ରିତ ହୁଏ ତାହା ଏବେ ସୁଦ୍ଧା ଉପଲବ୍ଧ ହୋଇପାରି ନାହିଁ। ଅକାଳ ଦୁର୍ଭିକ୍ଷକୁ ​ୟେମେନରେ କେବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଜାତିସଂଘ କହିଛି ଦେଶ ବିଶ୍ବର ସବୁଠୁ ବଡ଼ ମାନବୀୟ ସଙ୍କଟ ଦେଇ ଗତି କରିଥାଏ, ଯେଉଁଥିରେ ୮୦ ପ୍ରତିଶତ ଜନସଂଖ୍ୟା ଲୋକଙ୍କ ସହାୟତା ଉପରେ ନିର୍ଭରଶୀଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.