Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସାନଖେମୁଣ୍ଡି : ବାଲ୍ୟା ବିବାହକୁ ବନ୍ଦ କଲା ଚାଇଲ୍ଡ ଲାଇନ

18/01/2020 at 8:22 PM

ସାନଖେମୁଣ୍ଡି ୧୮।୦୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚୁଡଙ୍ଗପୁର ଗାଁର ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ଚାଇଲ୍ଡ ଲାଇନ । ନାବାଳିକାର ବିବାହ ଖବରପାଇଁ ଘଟଣାସ୍ଥଳରେ ଚାଇଲ୍ଡ ଲାଇନର ଦୁଇ ଜଣିଆ ଟିମ୍‌ ପହଞ୍ଚି ବିବାହକୁ ବନ୍ଦ କରିଦେଇଛି । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି । ତେବେ ଘଟଣାସ୍ଥଳରେ ଝିଅର ଜନ୍ମ ତାରିଖକୁ ନେଇ ଚାଇଲ୍ଡ ଲାଇନର ଅଧିକାରୀ ଓ ପରିବାରଲୋକ, ଗ୍ରାମବାସୀ ଯୁକ୍ତିତର୍କ କରିଥିଲେ । ଚାଇଲ୍ଡ ଲାଇନର ଅଧିକାରୀଙ୍କୁ ଘେରି ଯାଇଥିଲେ ସମ୍ପର୍କୀୟ ଏବଂ ଗ୍ରାମବାସୀ ।

ସେପଟେ ଜିଲ୍ଲା ଚାଇଲ୍ଡ ଲାଇନର ଅଧିକାରୀଙ୍କ ସୂଚନାନୁସାରେ , ଶନିବାର ଦିନ ଗଞ୍ଜାମ ଜିଲ୍ଲାର ତିନୋଟି ସ୍ଥାନରେ ନାବାଳିକାମାନଙ୍କ ବିବାହ କରାଯାଉଥିବା ଖବର ପାଇ ଭଞ୍ଜନଗର , ହିଞ୍ଜିଳି ଏବଂ ସାନଖେମୁଣ୍ଡିରେ ପହଂଚିଛନ୍ତି ଚାଇଲ୍ଡ ଲାଇନ୍ ଟିମ ପହଞ୍ଚିଥିଲା । ହିଞ୍ଜିଳିରେ 3ଟି ବାହାଘର ବନ୍ଦ କରାଯାଇଥିବା ବେଳେ ସାନଖେମୁଣ୍ଡି ରେ ଗୋଟିଏ ଏବଂ ଭଞ୍ଜନଗର ଗୋଟିଏ ବନ୍ଦ କରାଯାଇଥିବା ଚାଇଲ୍ଡ ଲାଇନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ପଲଟିଯାଇଛି ।

   Related Posts