ପିଲାଚୋରୀ ସନ୍ଦେହରେ ମାନସିକ ବିକାରଗ୍ରସ୍ତ ଯୁବକକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

Published By : Prameya-News7 Bureau | June 02, 2018 IST

ପୁରୀ ଜିଲ୍ଲା ଗୋପ ବାଲିଘାଇ ରାସ୍ତା କାଠସଂଙ୍ଖ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଦେଖନ୍ତୁ ଏଯୁବକ ମାନଙ୍କୁ। କେମିତି ଜଣେ ମାନସିକ ବିକାରଗ୍ରସ୍ତ ଯୁବକକୁ ଘେରିଯାଇ ମାଡ଼ ମାରୁଛନ୍ତି। କିଏ ବାଡ଼ିରେ ବାଡ଼ୋଉଛି ତ ଆଉ କିଏ ଗୋଇଠା ମାରୁଛି। ସତେ ଯେମିତି ଆଇନ ଏମାନଙ୍କ ହାତରେ। ଆଜି ସକାଳେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ କାଠସଂଙ୍ଖ ରାସ୍ତା ଉପରେ ଠିଆ ହୋଇଥିଲା। ସ୍ଥାନୀୟ କିଛି ଯୁବକ ତାକୁ ଘର ଠିକଣା ପଚାରିଥିଲେ। ଯୁବକର କଥା ବୁଝା ନପଡ଼ିବାରୁ ସ୍ଥାନୀୟ ଲୋକେ ପିଲା ଚୋରୀ ସନ୍ଦେହରେ ତାକୁ ଗୋଡ଼େଇ ଗୋଡ଼େଇ ନିସ୍ତୁକ ପିଟିଥିଲେ। ଗତକିଛି ଦିନ ହେବ ସୋସିଆଲ ମିଡ଼ିଆରେ ପିଲା ଚୋରୀ ଗୁଜବ ଭାଇରାଲ ହୋଇଥିଲା। ତେବେ ଏଥିରୁ ନିବୃତ ରହିବା ପାଇଁ ପୋଲିସ ବିଭାଗ ସମସ୍ତଙ୍କୁ ଅବଗତ କରାଇଥିଲା। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହୁଏ ତେବେ ସେମାନଙ୍କୁ ପୋଲିସ ପାଖରେ ତୁରନ୍ତ ଜିମା ଦେବା ପାଇଁ ଅନୁରୋଧ କରାଯାଇଥିଲା। ତେବେ ଏହି ମାନସିକ ବିକାରଗ୍ରସ୍ତ ଯୁବକକୁ ମାଡ଼ ମରାଯିବା ଖବର ପାଇବା ପରେ ଘଟଣାସ୍ଥଳରେ ରାମଚଣ୍ତୀ ଥାନା ପୋଲିସ ପହଁଚିଥିଲା। ଯୁବକକୁ ଉଦ୍ଧାର କରିବା ସହ ଥାନରେ ତାକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ଦେଇଛନ୍ତି ରାମଚଣ୍ତୀ ଥାନା ଆଇଆଇସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.