Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ସଙ୍କଟରେ ଭବିଷ୍ୟତ, କରୋନା ଭାଇରସ ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି

10/08/2020 at 3:10 PM

ନୂଆଦିଲ୍ଲୀ, ୧୦|୦୮: କରୋନା ଭାଇରସ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ହଜାର ହଜାର ସଂଖ୍ୟାରେ ଲୋକ ଚାକିରୀ ହରାଇଛନ୍ତି । ଲକ୍ଷଲକ୍ଷ ଶ୍ରମିକ ମୂଲ ହରାଇ ଘରେ ବସିଛନ୍ତି । ଅନେକଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା ଭାଇରସ । ପିଲାମାନେ ପାଠ ପଢିବାକୁ ମଧ୍ୟ ଯାଉନାହାଁନ୍ତି । ସ୍କୁଲ କଲେଜ ଆଦି ବନ୍ଦ ରହିଛି । ଏପରି ସ୍ଥଳେ ଅନେକ କମ୍ ବୟସର ପିଲା ରୋଜଗାରର ବିଭିନ୍ନ ପନ୍ଥାକୁ ଆପଣାଉଥିବା ଦେଖିବାକୁ ମିଳିଛି । କମ୍ ବୟସରେ ସେମାନଙ୍କ ଉପରେ ପରିବାର  ଓ ଆର୍ଥିକ ବୋଝ ଲଦି ଦିଆଯାଇଛି । ଏବେ ସ୍କୁଲ ନଯାଇ ସେମାନେ ଅର୍ଥ ଉପାର୍ଜନ କରୁଥିବା ନଡର  ଆସିଛି । ଯାହା ଶିଶୁ ଶ୍ରମିକ ସମସ୍ୟାକୁ ବୃଦ୍ଧି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ହାଇଦ୍ରାବାଦରେ ରୁହନ୍ତି ୧୬ ବର୍ଷର ମହେଶ୍ୱରୀ ମୁନକଲାପାଲୀ ଓ ତାଙ୍କର ୧୫ ବର୍ଷର ଉଭଣୀ । ଉଭୟ ଏବେ ପାଠପଢା ଛାଡି ରୋଜଗାର କରୁଛନ୍ତି । କାରଣ କରୋନା ପାଇଁ ପରିବାରରେ ଆର୍ଥିକ ସମସ୍ୟା ଉପୁଜିଛି । ଉଭୟଙ୍କ ମାଆ ଓ ବଡ ଭଉଣୀ କରୋନା ଲକଡାଉନ୍ ପାଇଁ ଜୀବିକା ହରାଇଥିଲେ । ୨ ଭଉଣୀ ନିଜ ଜେଜେ ମାଆଙ୍କ ପାଖରେ ରହୁଛନ୍ତି । ଏବେ ସେମାନେ ବଞ୍ଚିବା ପାଇଁ ୨ ବେଳା ୨ ମୁଠା ଖାଇବା ପାଇଁ ମାଆଙ୍କ ସହ ମିଶି ଶ୍ରମିକ ଭାବେ କାମ କରୁଛନ୍ତି । ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ସେମାନେ ଗୁଜୁରାଣ ମେଣ୍ଟାଉଛନ୍ତି ।

ତେବେ ମହାମାରୀ ପୂର୍ବରୁ ମଧ୍ୟ ଦେଶରେ ଲକ୍ଷଲକ୍ଷ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଥିଲେ । ୨୦୧୮ରେ ଡିଏଚଏଲ ତରଫରୁ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ପ୍ରାୟ ୫ କୋଟି ୬୦ ଲକ୍ଷ ଶିଶୁ ସ୍କୁଲ ଯାଉନାହାଁନ୍ତି । ଯାହା ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନସଠୁ ଅଧିକ । ଯେଉଁ ଶିଶୁମାନେ ସ୍କୁଲ ଯାଉନାହାଁନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧ କୋଟି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ।

ବିଶ୍ୱରେ ମଧ୍ୟ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଏବେ ପ୍ରାୟ ୬ କୋଟି ଲୋକ ଚଳିତ ବର୍ଷ ଗରିବ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଯାହା ଆଗକୁ ମଧ୍ୟ ବୃଦ୍ଧି ପାଇପାରେ  । ଏହାସହ ଶିଶୁ ଶ୍ରମିକ ହାର ମଧ୍ୟ .୭ ପ୍ରତିଶତ ବୃଦ୍ଧି ପାଇଛି । ଭାରତରେ ଅନ୍ୟ ଦେଶ ଅପେକ୍ଷା ଯୁବ ବର୍ଗଙ୍କ ସଂଖ୍ୟା ଅଧିକ । ଭାରତ ମଧ୍ୟ ଏସିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା । କରୋନା ପାଇଁ ସ୍କୁଲ ନଯାଇ ଅନେକ ଏବେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି ।

ବଚପନ୍ ବଚାଓ ଆନ୍ଦୋଳନ ଅନୁସାରେ, ଲକଡାଉନ୍ ମଧ୍ୟରେ ସାରା ଦେଶରୁ ପ୍ରାୟ ୫୯୧ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି  । କରୋନା ଆତଙ୍କ ଥମିଲା ପରେ ହିଁ ସ୍ଥିତି ସୁଧୁରିବ ବୋଲି ଅନୁମାନ କରାଯାଉଛି । ନହେଲେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିବ ।

   Related Posts