ଭଦ୍ରକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ କ୍ୟାମ୍ପସରେ ଶିଶୁ ଶ୍ରମିକ ! ଭିଡିଓକୁ ନେଇ ବିବାଦ
11/02/2020 at 3:40 PM

ଭଦ୍ରକ ୧୧।୨: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମିକ । ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଭଦ୍ରକ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ସାତଭଉଣୀ ନିକଟରେ ରହିଛି । ଏହି କାର୍ଯ୍ୟାଳୟ ପରିସରରେ ରେଞ୍ଜର ରଞ୍ଜିତ ମହାନ୍ତିଙ୍କ କ୍ବାର୍ଟର ରହିଛି । ସେହି କାର୍ଯ୍ୟାଳୟ ପରିସରରେ ଚାରା ଲଗାଇବା ପାଇଁ ପ୍ଲାଷ୍ଟିକ ଖୋଳରେ ମାଟି ଭର୍ତ୍ତି କାର୍ଯ୍ୟ କରାଯାଇଥାଏ । ତେବେ ଏହି କାର୍ଯ୍ୟ କେତେକ ଛୋଟ ପିଲା କରୁଥିବା ଦେଖିବାକୁ ମିଳିଛି । ପିଲାମାନେ ନିଜେ ପ୍ଲାଷ୍ଟିକ ଖୋଳରେ ମାଟି ଭର୍ତ୍ତି କରୁଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି ।
ତେବେ ଭଦ୍ରକ ରେଞ୍ଜର ରଞ୍ଜିତ ମହାନ୍ତି ଏହି ଘଟଣାକୁ ଅସ୍ବୀକାର କରିଛନ୍ତି । ଆଉ ସେ କହିଛନ୍ତି ଯେ, ଛୋଟ ପିଲାମାନେ ସେଠାରେ ଖେଳୁଥିଲେ । କାର୍ଯ୍ୟାଳୟର ଜଗୁଆଳିଙ୍କୁ ତାଗିଦ କରିଛନ୍ତି, ଯେପରି ଛୋଟପିଲା ଆଉ କେବେ କାର୍ଯ୍ୟାଳୟ ଭିତରକୁ ନ ପସିପାରନ୍ତି ବୋଲି ସେ କହିଛନ୍ତି ।