ନୀଳଗିରିରେ ମାଙ୍କଡ ଆତଙ୍କ, ମାଙ୍କଡ କାମୁଡାରେ ତିନି ବର୍ଷର ଶିଶୁ ଗୁରୁତର

Published By : Prameya-News7 Bureau | April 10, 2019 IST

ନୀଳଗିରି ୧୦|୪ : ବାଲେଶ୍ଵର ଜିଲ୍ଲା ନୀଳଗିରିରେ ମାଙ୍କଡ଼ ଆତଙ୍କ । ନୀଳଗିରି ଥାନା ଅଧିନ ରାଧାକିଶୋରପୁର ଗାଁରେ  ମାଙ୍କଡ଼ ଗତକାଲି ଠାରୁ ଆତଙ୍କ ଖେଳାଇଛି । ମାଙ୍କଡ଼ କାମୁଡ଼ାରେ ସାଢ଼େ ତିନି ବର୍ଷର ଶିଶୁ ଅମିତ ସିଂ ଗୁରୁତର ହୋଇଥିବା ବେଳେ ତାକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଆଜି ମାଙ୍କଡଟି ସୁକୁରୁ ସିଂ ନାମକ ମହିଳାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା ।ଫଳରେ ତାଙ୍କର ହାତ, ଗୋଡ, ଜଙ୍ଘରେ ଗଭୀର କ୍ଷତ ଲାଗିଥିବାବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ମାଙ୍କଡ଼ ଟି ପାଗଳ ହୋଇଥିବା ଅନୁମାନ କରାଯାଉଛି ।  ଗାଁରେ ବନବିଭାଗ ପହଞ୍ଚିଥିବା ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ପାଲଟିଛନ୍ତି । ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ସହାୟତାରେ ବନବିଭାଗ ଗାଁକୁ ଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.