ସାତ ବର୍ଷର ଶିଶୁକୁ ମାଡିଗଲା ଦ୍ରୁତଗାମୀ ଗାଡି, ଦେଖନ୍ତୁ ହୃଦୟଥରା ଦୃଶ୍ୟ…

Published By : Prameya-News7 Bureau | September 23, 2018 IST

ଅନୁଗୋଳ ୨୩|୯: ଅନୁଗୋଳ ବ୍ଲକ୍ ବନ୍ତଳା ଥାନା ପୋକତୁଙ୍ଗା ବନ୍ଧଫର ଛକ ଅଞ୍ଚଳରେ ଗତ ୧୫ ତାରିଖ ଅପରାହ୍ନରେ ଦୁର୍ଘଟଣାରେ ଶିଶୁପୁତ୍ର ଗୁରୁତର ହୋଇଥିଲା । ତାଙ୍କୁ ପ୍ରଥମେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଜନ ଗହଳି ପୂର୍ଣ୍ଣ ଓ ଛକ ନିକଟରେ ଦ୍ରୁତ ଗତିରେ ଗାଡି ଚଳାଇବା ଦ୍ବାରା ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ରାସ୍ତାରେ ସ୍ପୀଡ଼ ବ୍ରେକର ନଥିବା ମଧ୍ୟ ଏହା ଏକ ମୁଖ୍ୟ କାରଣ । ଏହି ହୃଦୟଥରା ଦୃଶ୍ୟ ଜଣେ ଦୋକାନୀଙ୍କ ସିସିଟିଭିରେ କଏଦ ହୋଇଥିଲା । ଘଟଣାରୁ ଜଣା ପଡ଼ିଛି ଯେ ଏହି ଗାଡିଟି ଜଣେ ରାଜନେତାଙ୍କର । ଅବଶ୍ୟ ସେ ସେହି ଗାଡ଼ିରେ ବସି ନଥିଲେ। ଡ୍ରାଇଭର ଗାଡିଟିକୁ ଚଳାଉଥିଲେ । ଯାହାର ଦୃଶ୍ୟ ଆପଣ ଦେଖୁଛନ୍ତି । ଏଭଳି ହୃଦୟଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ ଘଟଣାକୁ ଗଭୀରତା ସହକାରେ ବିଚାର କରି ତଦନ୍ତ ଚଲାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.