ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର

Published By : Prameya-News7 Bureau | January 23, 2020 IST

କେନ୍ଦୁଝର ୨୩/୧: ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର । କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ଧାରିଖମଣ ଗାଁରେ ଅଘଟଣ । ଗତକାଲି ରାତିରେ ମୁସଣ ମୁଣ୍ଡାଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ଗରମ ପେଜରେ ପୋଡି ହୋଇ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":214852,"sizeSlug":"large"}

ଗତକାଲି ରାତିରେ ମୁସଣ ମୁଣ୍ଡାଙ୍କ ସ୍ତ୍ରୀ ରୋଷେଇ ଘରେ ଗରମ ଭାତ ଗାଳୁ ଥିବା ସମୟରେ ପାଖରେ ଖେଳୁଥିବା ଶିଶୁ କନ୍ୟା ନିରୂପମା ହାଣ୍ଡି ପାଖକୁ ପଳେଇ ଆସିଥିଲା । ଫଳରେ ଗରମ ପେଜ ତା ଉପରେ ପଡିଯିବାରୁ ଗୁରୁତର ହୋଇଥିଲା । ତା ଶରୀରର ଅଧିକାଂଶ ଅଂଶ ଫୋଟକା ହୋଇଯାଇଥିବାରୁ  ତାକୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.