ଖେଳୁ ଖେଳୁ ଗରମ ପେଜରେ ପଡିଗଲା ଶିଶୁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 08, 2020 IST

ଆନନ୍ଦପୁର ୦୮।୧୧: ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର । ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟଣା ।

ଖବର ଅନୁଯାୟୀ, ଆଜି ଚିତରଞ୍ଜନଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍‌ଚିରେ ରଖିଥିଲେ। ଏହି ସମୟରେ ଝିଅ ଖେଳୁଥିବା ସମୟରେ ହଠାତ୍ ଗରମ ପେଜରେ ପଡିଯାଇଥିଲେ ।  ଦେଢ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଚିତରଞ୍ଜନ ବରାଳଙ୍କ ଝିଅ ଲକ୍ଷ୍ମୀପ୍ରିୟାକୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.