Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଚାଇଲ୍ଡ ହେଲ୍ପ ଲାଇନ୍ ଦ୍ବାରା ତିନି ଶିଶୁ ଉଦ୍ଧାର

10/07/2019 at 1:31 PM

କାମାକ୍ଷାନଗର ୧୦|୭:  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମରୁ ତିନି ଶିଶୁକୁ କାମାକ୍ଷାନଗର ଚାଇଲ୍ଡ ହେଲ୍ପ ଲାଇନ ସବ୍ ସେଣ୍ଟର ଦ୍ବାରା ଉଦ୍ଧାର କରାଯାଇଛି  । ଦୁଇ ବର୍ଷ ପୂର୍ବେ ଗ୍ରାମର ଗୌର ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ପିଲା ତିନୋଟି ସ୍ତ୍ରୀ ରୁଖ ବେହେରାଙ୍କ ପାଖରେ ରହି ଆସୁଥିଲେ । ତେବେ କିଛି ଦିନ ତଳେ ରୁଖ ଛୁଆ ତିନୋଟିକୁ ଛାଡି ଦେଇ କୁଆଡେ ଚାଲି ଯାଇଥିଲେ। ତେଣୁ ଗ୍ରାମବାସୀ ଛୁଆ ତିନୋଟିକୁ ଗ୍ରାମର ପୂର୍ଣ୍ଣିମା ବେହେରାଙ୍କୁ ଦାୟିତ୍ବ ନେବା ପାଇଁ କହିଥିଲେ । ମାତ୍ର ତାଙ୍କର ପାରିବାରିକ ସ୍ଥିତି ସୁଦୃଢ଼ ନଥିବାରୁ ଗ୍ରାମବାସୀ ମାନେ ଶିଶୁ ମାନଙ୍କୁ କାମାକ୍ଷାନଗର ଚାଇଲ୍ଡ ହେଲ୍ପ ଲାଇନ ସବ୍ ସେଣ୍ଟରକୁ ଜଣାଇଥିଲେ । ସବ୍ ସେଣ୍ଟରର ଅଧିକାରୀଙ୍କ ସହାୟତାରେ ଶିଶୁ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଢେଙ୍କାନାଳ ସିଡ଼ବ୍ଲ୍ୟୁସିଙ୍କୁ ସ୍ଥାନାନ୍ତର କରାଯାଇଛି ।

   Related Posts