ବଲାଙ୍ଗିର ମେଡିକାଲରେ ପୁଣି ଶିଶୁ ବଦଳ ଅଭିଯୋଗ

Published By : Prameya-News7 Bureau | December 28, 2018 IST

ବଲାଙ୍ଗିର ୨୮|୧୨: ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲର ପୁଣି ଶିଶୁ ବଦଳ ଭଳି ସମ୍ବେଦନଶୀଳ ଘଟଣା । ବଲାଙ୍ଗୀର ପୁଇଁନ୍ତଳାର ପଙ୍କଜୀନି ଗଡତିଆ ବଲାଙ୍ଗିର ହସ୍ପିଟାଲରେ ଗତ ୨୪ ତାରିଖରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ୨୬ ତାରିଖରେ ତୁଷୁରା ବ୍ରାହ୍ମଣିପାଲିର ପଙ୍କଜିନି ଖାଡିଆ ନାମକ ଅନ୍ୟ ଜଣେ ଜଣେ ଗର୍ଭବତୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଦୁଇ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ଉଭୟଙ୍କୁ ଏସଏନସିୟୁରେ ରଖାଯାଇଥିଲା ।

{"id":67962}

ତେବେ କାଲି ରାତିରେ ପଙ୍କଜୀନି ଖାଡିଆଙ୍କ ଶିଶୁର ଦେହ ଅତି ଖରାପ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର । ହେଲେ ଏସଏନସିୟୁ ବାହାରକୁ ଆସି ନର୍ସ ଡାକିଥିଲେ ପଙ୍କଜୀନି ଗଡତିଆଙ୍କ ପରିବାର ଲୋକଙ୍କୁ । ତୁରନ୍ତ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା ବୁର୍ଲ୍ଲା । ସେଠାରେ ପହଞ୍ଚି ଶିଶୁର ଓଜନ କରାଯିବା ପରେ ଡାକ୍ତର ଶିଶୁର ପ୍ରେସକ୍ରିପସନ ଓ ଶିଶୁର ଓଜନରେ ଫରକ ଦେଖିବାକୁ ପାଇଥିଲେ । ଏପରିକି ମା ନାଁ ବି ଅଲଗା ଥିଲା । ଏ ଖବର ବଲାଙ୍ଗୀରକୁ ଦିଆଯିବା ପରେ ପଙ୍କଜିନି ଖାଡିଆଙ୍କ ସ୍ବାମୀ ସକାଳୁ ଏକ ଆମ୍ବୁଲାନ୍ସ ବୁର୍ଲ୍ଲାକୁ ପଠାଇ ତାଙ୍କ ଶିଶୁକୁ ଆଣି ଆସିବା ପାଇଁ କହିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଶିଶୁ ଦିଆଯାଇଥିଲା ।

{"id":67963}

ବଲାଙ୍ଗିର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଡାକ୍ତର ଓ ଷ୍ଟାଫଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଛି । ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.