Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବାରିପଦା ମେଡିକାଲରେ ଶିଶୁ ବଦଳ ଅଭିଯୋଗ

12/05/2020 at 10:21 PM

ବାରିପଦା, ୧୨|୦୫ : ଗୋଟିଏ ନାମରେ ଦୁଇଜଣ ମାଆ।  ସମାନ ଦିନରେ ଜନ୍ମ ଦେଲେ ୨ଟି ଶିଶୁପୁତ୍ର । ତେବେ ଏହି ସମୟରେ ଶିଶୁ ବଦଳ ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ। ଠିକ୍‌  ଏହି ସମୟରେ ଗୋଟିଏ ଶିଶୁର ମୃତ୍ୟୁ ଘଟିଲା । ଯାହାକୁ ନେଇ ବାରିପଦା ହସ୍ପିଟାଲରେ ଦେଖାଦେଇଛି ତୁମୁଳ କାଣ୍ଡ।

ଅପ୍ରେଲ ୨୬ ରବିବାର। ବାରିପଦା ହସ୍ପିଟାଲରେ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଲେ ଦୁଇ ମହିଳା।  ଉଭୟଙ୍କ ନାଁ ଥିଲା ରଇବାରୀ । ଜଣେ ରଇବାରୀଙ୍କ ସ୍ବାମୀଙ୍କ ନାମ କାର୍ତ୍ତିକ ସିଂ ହୋଇଥିବା ବେଳେ ଅନ୍ୟ ଜଣେ ରଇବାରୀଙ୍କ ସ୍ବାମୀଙ୍କ ନାଁ ଜଗମୋହନ ସିଂ। ମେ ୫ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇ କାର୍ତ୍ତିକ ସିଂ ଘରକୁ ଫେରିଲେ। ନିୟମ ଅନୁସାରେ ସ୍ଥାନୀୟ ଅଙ୍ଗନଓବାଡିରେ ଶିଶୁର ଟୀକାକରଣ ବି କଲେ। ହେଲେ କାର୍ତ୍ତିକ ଗତକାଲି ଫୋନ ପାଇଥିଲେ ଯେ ତାଙ୍କ ପୁଅଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ତେବେ କାର୍ତ୍ତିକ କହିଥିଲେ ତାଙ୍କ ପୁଅ ସୁସ୍ଥ ଅଛି ଏବଂ ଘରେ ଅଛନ୍ତି। ଏହାପରେ କାର୍ତ୍ତିକଙ୍କ ପୁଅର ଏକ ଟୀକା ବାକି ଥିବା କହି ପୁଣି ଫୋନ୍ ଯୋଗେ ହସ୍ପିଟାଲକୁ ଡକାଇଥିଲେ ହସ୍ପିଟାଲ କର୍ମଚାରୀ। ପହଞ୍ଚୁ ପହଞ୍ଚୁ ଶିଶୁକୁ ଏସ୍ଏନସିୟୁ ଭିତରକୁ ନେଇ ଯାଇଥିଲେ ନର୍ସ । କିଛି ସମୟ ପରେ କାର୍ତ୍ତିକଙ୍କୁ ଖବର ଦେଇଥିଲେ ଯେ ତାଙ୍କ ଶିଶୁର ମୃତ୍ୟୁ ହୋଇଗଲା ବୋଲି କହିଥିଲେ ନର୍ସ । ହସ୍ପିଟାଲରେ ଶିଶୁ ବଦଳ କରାଯାଇଥିବା ଅଭିଯୋଗ କରି ବାରିପଦା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ରଇବାରୀ।

ବର୍ତ୍ତମାନ ଏସ୍ଏନସିୟୁ ଭିତରକୁ କୌଣସି ଆଶାଦିଦିଙ୍କୁ ପ୍ରବେଶ ନିଷେଧ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏଭଳି ସ୍ଥିତିରେ ଶିଶୁ ବଦଳ ଭଳି ସଙ୍ଗୀନ ଅଭିଯୋଗ ଆସିଛି।  ଯାହାକୁ ନେଇ ଆଜି ଆଶା କର୍ମୀମାନେ ଏସ୍ଏନସିୟୁ ସମ୍ମୁଖରେ ଧାରଣାରେ ବସିବା ସହିତ ୨ଟି ଶିଶୁଙ୍କୁ ବାହାରକୁ ଆଣିବା ପାଇଁ ଦାବି କରିଥିଲେ ।

   Related Posts