Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଳରେ ବୁଡି ଶିଶୁର ମୃତ୍ୟୁ, ଗମାଡିହୀରେ ଶୋକ

15/09/2019 at 7:03 PM

ସୁନ୍ଦରଗଡ ୧୫।୯:  ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ୍ ଗମାଡିହିରେ ଅଘଟଣ। ସାଙ୍ଗ ସହ ଶୌଚ ହେବାକୁ ନାଳକୁ ଯାଇଥିବା ଏକ ୬ ବର୍ଷର ଶିଶୁ ପାଣିରେ ବୁଡି ପ୍ରାଣ ହରାଇଛି। ଗାଁ ଲୋକେ ସୂଚନା ପାଇ ଶିଶୁକୁ ନାଳରୁ ଉଦ୍ଧାର କରି ତୁରନ୍ତ ସୁନ୍ଦରଗଡ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ଗମାଡିହି ଗାଁରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁସାରେ ଗାଁର ନବୀନ ଓରାମଙ୍କ ପୁଅ ସୁନ୍ଦର ଓରାମ ଅପରାହ୍ଣରେ ସାଙ୍ଗ ସହ ଶୌଚ ହେବାକୁ ନିକଟସ୍ଥ ନାଳକୁ ଚାଲିଯାଇଥିଲା। ତେବେ ସେଠାରେ ସେ ସନ୍ତୁଳନ ହରାଇ ନାଳକୁ ଖସି ପଡିଥିଲା। ପାଣି ଅଧିକ ଥିବାରୁ ସୁନ୍ଦର ଉବୁଟୁବୁ ହୋଇଥିଲା। ଏହା ଦେଖି ସାଙ୍ଗରେ ଥିବା ପିଲାଟି ଲୋକଙ୍କୁ ଡାକିଆଣିଥିଲା। ତେବେ ସେତେବେଳକୁ ସୁନ୍ଦର ପାଣିରେ ବୁଡିଯାଇଥିଲା। ଲୋକେ ତାକୁ ପାଣିରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ହେଲେ ଲୋକଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି।

   Related Posts