ରୋଗ ଛଡାଇ ନେଇଛି ଶୈଶବ

Published By : Prameya-News7 Bureau | December 07, 2019 IST

ସୁବର୍ଣ୍ଣପୁର ୦୭।୧୨ -  ରୋଗ ଛଡାଇ ନେଇଛି ଶୈଶବ । ଖେଳିବା ବୁଲିବା ବୟସରେ ରେ।ଗ ଯନ୍ତ୍ରଣାରେ ଛଟପଟ ୪ ବର୍ଷର ଚନ୍ଦ୍ରିକା  । ପିଚାରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା । ଆଉ ଝିଅର ଚିକିତ୍ସା ପାଇଁ ସରକାରଙ୍କ ପାଖରେ ନିବଦନ କରିଛନ୍ତି ଅସହାୟ ବାପା ମାଆ । ସୁବର୍ଣ୍ଣପୁରରୁ ଦେଖିବା ଏହି ରିପେ।ର୍ଟ ।

{"id":194996,"sizeSlug":"large"}

ଚନ୍ଦ୍ରିକା । ବୟସ ମାତ୍ର ୪ ବର୍ଷ । କଅଁଳ ବୟସରେ ଅଳି ଅଝଟ କରିବା କଥା । ଖେଳକୁଦ କରିବା କଥା । ସେଇ ବୟସରେ ଚନ୍ଦ୍ରିକାକୁ ମାଡି ବସିଛି ରେ।ଗ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗାଁର ରେ।ହନ ରାସହଂସଙ୍କ ଝିଅ ଚନ୍ଦ୍ରିକା । ପିଚାରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା । ବୟସ ଅନୁସାରେ ଶରୀରର ବିକାଶ ମଧ୍ୟ ହେଉନି । ଓଲଟି ହାତଗେ।ଡ ସରୁ ହେ।ଇ ଯାଉଛି । ଚାଲିବା ଦୂରର କଥା ଠିଆ ବି ହେ।ଇପାରୁନି । ଝିଅର ଚିକିତ୍ସା ପାଇଁ ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି ବାପା ମାଆ । ଘରେ ଯାହା କିଛି ଥିଲା ବିକ୍ରିବଟା କରି ବୁର୍ଲା ନେଇଥିଲେ । କିନ୍ତୁ ଅଧିକ ଚିକିତ୍ସା ପାଇଁ ବଡ ମେଡିକାଲକୁ ନେବାକୁ ପଡିବ । କିନ୍ତୁ ଅଭାବ ସେମାନଙ୍କ ବାଟ ଓଗାଳିଛି ।

{"id":194997,"sizeSlug":"large"}

୫ ପ୍ରାଣୀ କୁଟୁମ୍ବ ଚଳାଇବାରେ ରେ।ହନ ଅସମର୍ଥ ଥିବା ବେଳେ ଓଳିଏ ଖାଇଲେ ଦିଓଳା ସପାସ । ଏଭଳି ସ୍ଥିତିରେ ଝିଅର କେମିତି ବ୍ୟୟ ବହୁଳ ଚିକିତ୍ସା କରିବେ ସେଇ ଚିନ୍ତା ଘାରୁଛି । ତେଣୁ ଝିଅର  ଚିକିତ୍ସା ପାଇଁ ଆବଶ୍ୟକୀୟ ସହାୟତା ରାଶି  ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।ଅନ୍ୟପଟେ ଚନ୍ଦ୍ରିକା ସମ୍ପରରେ ଶୁଣିବା ପରେ ବ୍ୟବସ୍ଥା ଅନୁସାରେ ଚିକିତ୍ସା ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବୀରମହାରାଜପୁର ଡାକ୍ତରଖାନାର ମେଡିକାଲ ଅଫିସର ।

{"id":194998,"sizeSlug":"large"}

ଚନ୍ଦ୍ରିକାଙ୍କୁ କେହି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦେବା ପାଇଁ ଚାହୁଁଥିଲେ ଏହି ଆାକାଉଣ୍ଟରେ ସାହାଯ୍ୟ କରିପାରିବେ । ଚନ୍ଦ୍ରକିାଙ୍କ ବାପାଙ୍କ ନାଁ ରୋହନ ରାଜହଂସ,ଗ୍ରାମ-ଉଫୁଲା,ପୋଷ୍ଟ-ବିରମହାରାଜପୁର,ଜିଲ୍ଲା-ସୁବର୍ଣ୍ଣପୁର । ବ୍ୟାଙ୍କ ଆକାଉଣ୍ଟ ନମ୍ବର 20205018486, IFSC CODE-SBIN OOO7079ରେ ସାହାଯ୍ୟ କରିପାରିବେ  ।

{"id":194999,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.