ପୋଲିଓ ଟୀକା ନେଇ ଦେଢ ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ
20/06/2019 at 12:09 PM

ସୋର ୨୦|୬: ପୋଲିଓ ଟୀକା ନେବାର ୧୦ ଘଣ୍ଟା ପରେ ଦେଢ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁର ପରିବା ଖଇରା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ଥାନା ରଇନ୍ତରା ଗାଁର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଦେଢବର୍ଷର ପୁଅ ପ୍ରଭାତକୁ ପୋଲିଓ ଟୀକା ଦେବାକୁ ରଇନ୍ତରା ପ୍ରାଥମିକ ବିଦ୍ୟାଳୟକୁ ଦିନ ୧୦ଟାରେ ନେଇଯାଇଥିଲେ। ପ୍ରଭାତକୁ ଏଏନ୍ଏମ୍ ଦୀପ୍ତିରାଣୀ ଦାସ, ଆଶାକର୍ମୀ ଜ୍ୟୋସ୍ନାମଣୀ ସ୍ବାଇଁ ଓ ଅଙ୍ଗନଓ୍ବାଡୀ କର୍ମୀ ଅନୁପମା ରାଉତ ପୋଲିଓ ଟୀକା ଦେଇଥିଲେ। ରାତି ୧୨ଟାରେ ପ୍ରଭାତ ଛାଟିପିଟି ହୋଇ ଗୁରୁତର ହୋଇପଡିଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଖଇରା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ପ୍ରଭାତକୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିଓ ଟୀକା ନେଇ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।