Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରୋଗୀ ମୃତ୍ୟୁ ଘଟଣା , ଚାକିରିରୁ ବିଦା ହେଲେ ମେଡିକାଲ ଟେକ୍ନିସିଆନ

12/08/2020 at 10:17 AM

ଭୁବନେଶ୍ୱର ୧୨।୦୮: ରୋଗୀଙ୍କୁ ଠିକ୍‌ ସମୟରେ ମେଡିକାଲରେ ପହଞ୍ଚାଇବା ଲାଗି ସରକାର ଆମ୍ବୁଲାନ୍ସ ସେବା ଆରମ୍ବ କରିଛନ୍ତି । ଯଦି ସେହି ଆମ୍ବୁଲାନ୍ସ କର୍ମଚାରୀ ମନେ ମନେ ଡାକ୍ତର ଭାବିବେ , ତେବେ ବ୍ୟବସ୍ଥାର କଣ ହେବ । ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଥିଲା  ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ଏକ ଘଟଣା । ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳା ପାଇଁ ଲିଭିଯାଇଛି ବର୍ଷକର ଶିଶୁପୁତ୍ରର ଜୀବନ ।  ଶେଷରେ ଘଟଣାକୁ ଗୁରୁତ୍ୱ ସହ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।

ସୂଚନାଯୋଗ୍ୟ ଯେ, ବାରିପଦାରେ ରୋଗୀଙ୍କୁ ଅଧାବାଟରେ ଅଟକାଇ ଢାବାକୁ ଯାଇ ଭୋଜନ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ସରକାର । ମେଡିକାଲ ଟେକ୍ନିସିଆନଙ୍କୁ ଚାକିରିରୁ ବିଦା କରିଛି ସ୍ୱାସ୍ଥ୍ୟ ବିଭାଗ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ୧୦୮ ଆମ୍ବୁଲାନ୍ସରେ ରୋଗୀକୁ ହସ୍ପିଟାଲ୍‌ ନେବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ଢାବା ନିକଟରେ ଗାଡ଼ି ରଖି ଦୁଇ ଘଣ୍ଟା ଖାଇବାକୁ ଯାଇଥିଲେ । ଯାହାଫଳରେ ଆମ୍ବୁଲାନ୍ସରେ ଶିଶୁଟି ଛଟପଟ ହୋଇ ଜୀବନ ଚାଲି ଯାଇଥିଲା ।

   Related Posts