ଭୁଲ୍ ଇଞ୍ଜେକସନ୍‌ରୁ ଶିଶୁପୁତ୍ରର ମୃତ୍ୟୁ ! ସ୍ୱାସ୍ଥ୍ୟ ଅଧିକାରୀ ନଆସିବା ଯାଏଁ ହେବନି ଶବ ସତ୍କାର -ପରିବାର

Published By : Prameya-News7 Bureau | October 22, 2020 IST

ଜୟପୁର ୨୨।୧୦: ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଭୁଲ ଇଞ୍ଜେକସନ୍‌ରୁ ୪ମାସର ଶିଶୁ ପୁତ୍ରର ମୁତ୍ୟୁ ଅଭିଯୋଗ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଡା ପଞ୍ଚାୟଚ ବଡଧୁବୁଲି ଗାଁର ଘଟଣା । ଯାହାକୁ ନେଇ ଉତ୍ତେଜନା ରହିଛି ।

{"id":348849,"sizeSlug":"large"}

ଖବର ଅନୁଯାୟୀ, ଗତକାଲି ଗାଁର ଅର୍ଜୁନ ଭୁମିଆଙ୍କ ୪ମାସର ଶୁଶୁ ପୁତ୍ରଙ୍କୁ,  ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୧୧ସମୟରେ  ଇଂଜେକସନ ଦେଇଥିଲେ ମହିଳା ସ୍ବାସ୍ଥ୍ୟକର୍ମୀ ।ଘରକୁ ଆସିବା ପରେ ଶିଶୁ ପୁତ୍ର   ହଠାତ୍‌ ରାହା ଧରି କାନ୍ଦିଥିଲା । ଏହାସହ ଶିଶୁର ସ୍ୱାସ୍ଥ୍ୟବସ୍ତା ବିଗିଡି ଯାଇଥିଲା । ଶିଶୁର ଦେହ ଖରାପ ଦେଖି ସନ୍ଧ୍ୟା ସମୟରେ ପରିବାର ତରଫରୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ଶିଶୁ ପୁତ୍ରର  ମୃତ୍ୟୁ ହୋଇଯାଇଥିଲା । ମେଡିକାଲରେ ଡାକ୍ତରଙ୍କ ପକ୍ଷରୁ ମୃତ୍ୟୁ ଘୋଷଣା କରିଥିଲେ । ସନ୍ଧ୍ୟା ସମୟରେ ମୃତ ଶିଶୁପୁତ୍ରଙ୍କୁ ଘରକୁ ଆଣିଥିଲେ ପରିବାର ଲୋକେ ।

{"id":348852,"sizeSlug":"large"}

ଅନ୍ୟ ପଟେ ଇଞ୍ଜେକସନର ରିଆକ୍ସନ ରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ।ତେଣୁ ଶିଶୁ ପୁତ୍ରର ମୃତ୍ୟୁକୁ ୧୫ଘଣ୍ଟା ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଶବ ସତ୍କାର ହୋଇନାହିଁ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆସିବା ପରେ ଶବ ଦାହ କରାଯିବ ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.