ରାସ୍ତା ପାର ହେଉଥିବା ବେଳେ ଶିଶୁକୁ ଚାପିଦେଲା କାର୍
22/12/2019 at 3:09 PM

ଚୌଦ୍ବାର ୨୨।୧୨: ଚୌଦ୍ବାର ଥାନା ଅନ୍ତର୍ଗତ କରଂଜି ପଂଚାୟତର କରଂଜି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ସ୍ଥାନୀୟ ଗୋଡଧୁଆ ଗ୍ରାମର ବୋଲି ଜଣାପଡି ପଡିଛି।

ଶିଶୁ ଜଣଙ୍କ ରାସ୍ତା କଡରେ ଥିବା ବିଲରେ କାମ କରୁଥିବା ନିଜ ବାପାଙ୍କୁ ଖାଇବାକୁ ଦେଇ ରାସ୍ତା ପାର ହେଉଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ତାକୁ ଜୋରରେ ଧକ୍କା ମାରି ପଳାଇଯାଇଥିଲା । ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ଲୋକମାନେ ଉତ୍ୟକ୍ତ ହୋଇ କରଂଜି ଛକରେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଟାଙ୍ଗୀ-କପିଳାଶ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡିଛି ।