ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ଧାରଣା ଦେବା ସହ ରାସ୍ତା ଅବରୋଧ କଲେ ପରିବାରଲୋକ

Published By : Prameya-News7 Bureau | July 27, 2019 IST

ଝାରସୁଗୁଡା ୨୭|୭: ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଝାରସୁଗୁଡା ସହରର ରେଳବାଇ କଲୋନୀରେ ରହୁଥିବା ଶନି ଷଣ୍ଢଙ୍କ ୯ମାସର ଶିଶୁ ପୁତ୍ର ଦେହରେ ଅସାବଧାନତା କାରଣରୁ ଗତ  ୨୦ ତାରିଖରେ ଗରମ ଡାଲି ପଡି ପୋଡିଯାଇଥିଲା |

ଗୁରୁତର ଅବସ୍ଥାରେ ଶନି ନିଜର ୯ ମାସର ଶିଶୁପୁତ୍ରକୁ ମଙ୍ଗଳବଜାରରେ ଥିବା ପୁରାତନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ନୂତନ ଭାବେ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ଡାକ୍ତର | ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା | ଫଳରେ ମୃତ ଶିଶୁପୁତ୍ରକୁ ଧରି ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ସ୍ଥାନୀୟ ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି ।

ମୃତ ଶିଶୁଟିର ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି  | ଏଥିସହ ମଙ୍ଗଳବଜାରରେ ଥିବା ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁଣି ଥରେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ଦାବି କରିଛନ୍ତି | ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ଅଭାବନୀୟ ପରିସ୍ଥିତିକୁ ଦେଖି ପୋଲିସ ଉତ୍ତେଜନାକାରୀଙ୍କ ସହ ଆଲୋଚନା କରିବା ପରେ ସେମାନେ ଡାକ୍ତରଖାନା ପରିସରରୁ ବାହାରି ଶନି ମନ୍ଦିର ଛକ ନିକଟରେ ରାସ୍ତା ରୋକ ଆରମ୍ଭ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.