ଭୁଲ ଇଞ୍ଜେକସନରୁ ଶିଶୁର ମୁତ୍ୟୁ ଅଭିଯୋଗ

Published By : Prameya-News7 Bureau | November 29, 2019 IST

ଚାନ୍ଦବାଲି ୨୯।୧୧: ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ । ଚାନ୍ଦବାଲି ବାଂଶଡା ଥାନା ଘଣ୍ଟେଶ୍ବରୀ ଗାଁରୁ ଆସିଛି ଏଭଳି ଅଭିଯୋଗ ।  

{"id":191493,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବାଂଶଡା ଥାନା ଘଣ୍ଟେଶ୍ବରୀ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ନିକଟରେ ଥିବା ତାରିଣୀ ମେଡିସିନ ଷ୍ଟୋରକୁ ନେଇଥିଲେ । ନିଜକୁ ଡାକ୍ତରର ପରିଚୟ ଦେଇଥିବା ମଦନମୋହନ ପୁତ୍ରର କୌଣସି ଟେଷ୍ଟ ନକରି ତାଙ୍କୁ ଔଷଧ ସହ ଗୋଟିଏ ଇଞ୍ଜେକ୍ସନ ଦେଇଥିଲେ । ତେବେ ପୁଅ ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହୋଇପଡିଲେ । ପରିବାର ଲୋକେ ପୁଣି ତାଙ୍କୁ ମଦନ ମୋହନଙ୍କ ପାଖକୁ ଆଣିଥିଲେ । ଡାକ୍ତର ଆଉ ଗୋଟିଏ ଇଞ୍ଜେକ୍ସନ ଦେଇ ଘରକୁ ପଠାଇ ଦେଇଥିଲେ । ତେବେ ପୁଅର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୋଗୀକୁ ଭୁଲ ଔଷଧ ଇଞ୍ଜେକ୍ସନ ଦିଆଯାଇଥିବା ଭଦ୍ରକ ଡାକ୍ତର କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରଠୁ ମେଡିସିନ୍ ଦୋକାନୀ  ବା ନିଜକୁ ଡାକ୍ତର କହୁଥିବା ମଦନ ମୋହନ ଫେରାର ହୋଇଯାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.