Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶିଶୁର ମୃତ୍ୟୁ ପାଇଁ ଦାୟୀ କିଏ ? କଣ୍ଟେନମେଣ୍ଟ ଜୋନ୍‌ ଆଳରେ ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା କୁନି ପୁଅର ଜୀବନ

13/07/2020 at 1:25 PM

ଫୁଲବାଣୀ ୧୩।୦୭:  କଣ୍ଟେନମେଣ୍ଟ ଜୋନ୍‌  ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ନ ପାରି ଜଣେ ଶିଶୁର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।  ମୃତ୍ୟୁ ପରେ ବି ଡାକ୍ତରଖାନାରୁ ଘରକୁ ଶବ ଆଣିବା ଲାଗି ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ବି ମିଳିଲା ନାହିଁ । ଶେଷରେ ପରିବାର ଲୋକେ ଶବକୁ ବାଇକ ଯୋଗେ ଘରକୁ ନେବାକୁ ବାଧ୍ୟ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା!

ସୂଚନାଯୋଗ୍ୟ ଯେ,  ସୁଗଡବାଡ଼ି ଗାଁର  ମୁନା ପ୍ରଧାନଙ୍କ   ୭ ବର୍ଷର ପୁଅ ବାଲେଙ୍କେଶ୍ୱରର ଦେହ ଅସୁସ୍ଥ ହୋଇଥିଲା । ମେଡିକାଲକୁ  ନେବା ପାଇଁ ଆମ୍ବୁଲାନ୍ସ ଡକାଇଥିଲେ ,  ହେଲେ ପାଟୁଳି ଠାରେ ବ୍ଲକ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ପାଇଁ ରାସ୍ତା ବନ୍ଦ କରାଯାଇଥିଲା । ଯେଉଁଥି ଲାଗି  ଆମ୍ବୁଲାନ୍ସଟି ସେଠାରେ ଅଟକି ରହିବା ସହ ଗାଁ ଭିତରକୁ ଆସିପାରିନଥିଲା  ।  ଅସୁସ୍ଥ ପୁଅକୁ ଧରି ପରିବାର ଲୋକେ ବାଧ୍ୟ ହୋଇ ପାଖାପାଖି ୪ କିଲୋମିଟର  ଚାଲି ଚାଲି ଆସି ଅଧ ଘଣ୍ଟା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ।

ରାଇକିଆ ଡାକ୍ତରଖାନାରେ ଅସୁସ୍ଥ ପୁଅକୁ ଦେଖିବା ପରେ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ପରବର୍ତ୍ତି ଚିକିତ୍ସା ଲାଗି ଫୁଲବାଣୀ ନେଇ ଯିବାକୁ କହିଥିଲେ ।   କିନ୍ତୁ କିଛି ସମୟ ପରେ ଅସୁସ୍ଥ ବାଲେଙ୍କେଶ୍ୱରର ମୃତ୍ୟୁ ହୋଇଯାଇଥିଲା । ପୁଅର ଶବକୁ ଆଣିବା ଲାଗି ଡାକ୍ତରଖାନା ତରଫରୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ମିଳିନଥିଲା । ଶେଷରେ ପରିବାର ଲୋକେ ବାଇକ ଯୋଗେ ଘରକୁ ନେଇ ଆସିଲେ ।

 ସ୍ଥାନୀୟ ପ୍ରଶାସନ ମୁଖ୍ୟ ରାସ୍ତାରେ ରାସ୍ତା ବନ୍ଦ କରିବା ଯୋଗୁ ଶିଶୁଟିର ଜୀବନ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ବନ୍ଦ ନ ଥିଲେ ଠିକ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରିଥାନ୍ତା ବୋଲି ଶିଶୁଟିର ବାପା କହିଛନ୍ତି । ରାଇକିଆ ବ୍ଲକ ପ୍ରଶାସନର ଏଭଳି ରାସ୍ତା ବନ୍ଦ ଯୋଗୁ  ଶିଶୁଟିର ସଠିକ ସମୟରେ ଚିକିତ୍ସା ହୋଇ ପାରିଲା ନାହିଁ ବୋଲି ଅଞ୍ଚଳବାସୀମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶିଶୁର ମୃତ ଦେହ ଆଣିବା ପାଇଁ ମହାପ୍ରୟାଣ ନ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ବ୍ଲକ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts