ଅଫୁଟା ବାଣରେ ନିଆଁ ଲଗାଇ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 09, 2019 IST

ନୀଳଗିରି ୯|୭:  ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ କାଣ୍ଡଗରଡିହି ପଂଚାୟତ ବଳରାମ ପାଟଣା ଗ୍ରାମରେ ଏକ ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ବାଣଟି ବିସ୍ଫୋରଣ ହୋଇ ଜଣେ ଛାତ୍ରର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବଳରାମ ପାଟଣା ଗ୍ରାମରେ ଗତକାଲି ଏକ ବିବାହ ଉତ୍ସବରେ ବରଯାତ୍ରୀ ଶୋଭାଯାତ୍ରା କରି ଯାଉଥିଲେ। ଶୋଭାଯାତ୍ରାରେ ବାଣ ଫୁଟାଉଥିବା ବେଳେ ଏକ ଅଫୁଟା ବାଣକୁ ଛାଡିଦେଇ ଯାଇଥିଲେ। ସେହି ଗ୍ରାମର ସୋମନାଥ ମଲ୍ଲିକଙ୍କ ପୁଅ ଗୌତମ ପଡିଥିବା ଅଫୁଟା ବାଣକୁ ଆଣି ନିଆଁ ଲଗାଇ ଫୁଟାଇବାକୁ ଚେଷ୍ଟା କରିଥିଲା । ହେଲେ ହଠାତ୍ ବାଣରେ ନିଆଁ ଲାଗି ବିସ୍ଫୋରଣ ହେବାରୁ ତାଙ୍କର ମୁହଁ ଓ  କାନରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଭାବେ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିଲା । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ପୋଲିସ ପୋଷ୍ଟମର୍ଟମ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.